Pratidin TV

Odisha's Digital News Platform

ବଜେଟ ଉପସ୍ଥାପନ ମଞ୍ଜୁର ପରେ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

କୌଣସି ଶୁଭ କାର୍ଯ୍ୟ ଯିବା ପୂର୍ବରୁ ଦେଇ-ଚିନି ଖାଇବା ଭାରତରେ ପରମ୍ପରା ରହିଆସିଛି | ଏହା କରିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ | ବହୁ ପୁରାତନ କାଳରୁ ଚାଲିଆସୁଥିବା ପରମ୍ପରାକୁ ନିଜେ ରାଷ୍ଟ୍ରପତି ମଧ୍ୟ ପାଳନ କରିଛନ୍ତି | ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପତି ହେବ ସାଧାରଣ ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତରଣମ ବଜେଟ୍‌ ଉପସ୍ଥାପନ କରିବେ। ଏଥିପାଇଁ ସେ ଅର୍ଥମନ୍ତ୍ରଣାଳୟ ଛାଡି ସାରିଛନ୍ତି। ଏହାପୂର୍ବରୁ ବଜେଟ୍ ପ୍ରସ୍ତୁତକାରୀ ଦଳ ବା ନିଜ ବଜେଟ୍‌ ଟିମ୍‌ ସହିତ ଅର୍ଥମନ୍ତ୍ରୀ ଏକ ଫଟୋ ସେସନ୍‌ କରିଛନ୍ତି। ଏହି ସମୟରେ ନିର୍ମଳା ନିଜର ବଜେଟ୍‌ ଟାବଲେଟ୍‌ ସହ ନଜର ଆସିଥିଲେ।

ଏହାପରେ ରାଷ୍ଟ୍ରପତି ଭବନ କୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍‌ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ ନକଲ ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖାଇବାକୁ ଦେଇଥିଲେ।

Advertisement

ଆଜି ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ | ତାଙ୍କ ବଜେଟ ପେଡ଼ିରୁ ଜନସାଧାରଣଙ୍କୁ ଉପହାର ଦେବେ। ଅର୍ଥମନ୍ତ୍ରୀ ସୋମବାର ଦିନ ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ। ଅର୍ଥନୈତିକ ସର୍ଭେରେ ସରକାର କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୫-୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରମାଗତ ସପ୍ତମ ବଜେଟ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *