କୁକୁର କାମୁଡିବା ପରେ ଯୁବକ ବନିଗଲେ କୁକୁର , ଭୁକିବା ସହ କରୁଛନ୍ତି ଏଭଳି ଆଚରଣ ।
1 min readରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ରତନଗୁଡା ଗ୍ରାମରେ ଯୁବକ ହରିପୁର ବ୍ରେଡେକାଙ୍କୁ ଗତ ୪ଦିନ ତଳେ ଏକ ବାହାଘର ଭୋଜି ଖାଇବା ପାଇଁ ଯିବା ସମୟରେ ଗୋଟିଏ ବୁଲାକୁକୁର ତାଙ୍କ ଗୋଡ଼ ରେ କାମୁଡିଦେଇଥିଲା । ଏହାପରେ ତାଙ୍କୁ ମୁନିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରିଥିଲେ ପରିବାର ଲୋକେ । ପରେ ଘରେ ଯୁବକ ଜଣକ କୁକୁରଭଳି ଭୁକିବା ସହ କୁକୁର ଭଳି ଲାଳ କାଡି ପୁରା କୁକୁର ପରି ଆଚରଣ କରିଥିଲେ।
ଏସବୁ ଦେଖି ପରିବାର ଲୋକେ ଭୟଭିତ ହୋଇ ପୁଣି ସେହି ଯୁବକ ହରିକୁ ମୁନିଗୁଡା ଗୋଷ୍ଟି ସ୍ଵାସ୍ଥ୍ୟ କୁ ନେଇ ଚିକିତ୍ସା କରିବା ପରେ ,ଡାକ୍ତର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇବା ପାଇଁ ପରାମର୍ଶ ଦେଇଥିବା ବେଳେ ପରିବାର ଲୋକେ ଦେଶି ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଜିଦଧରି ବସିଥିଲେ । ଏହା ପରେ ଡାକ୍ତର ଟିମ ସହ ସ୍ଥାନୀୟ ଲୋକେ ବହୁ ଭୁଝା ଶୁଝା କରି ନାକେଦମ୍ ହୋଇଯାଇଥିଲେ ଶେଷରେ ବାଧ୍ୟହୋଇ ଦୀର୍ଘ ସମୟ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ।
ତେବେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଆଜିବି ଚେରମୁଳି ଓ ଗୁଣି ଗାରେଡି କୁ ଅଧିକ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଛନ୍ତି ବୋଲି ବୁଦ୍ଧି ଯିବି ମହଲ ରେ ଆଲୋଚନା ଚାଲିଛି। ଯାହାକି ଏହି ଘଟଣା ଟି ଜିଲ୍ଲାରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି।