ପଳାତକ ଘୋଷିତ ହେବା ପରେ , କୋର୍ଟରୁ ଜୟପ୍ରଦାଙ୍କୁ ମିଳିଲା ଜାମିନ୍ ..
1 min readପଳାତକ ଘୋଷିତ ହେବା ପରେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦା ୟୁପି ରାମପୁର କୋର୍ଟରେ ହାଜର ହୋଇଥିଲେ ।
କୋର୍ଟରେ ହାଜର ପରେ ଜୟପ୍ରଦାଙ୍କୁ ମିଲିଛି ସର୍ତ୍ତମୂଳକ ଜାମିନ । ଅଦାଲତରେ ହାଜର ହେବାମାତ୍ରେ ଜୟାପ୍ରଦାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ସେ କିଛି ସମୟ ପାଇଁ କାଠଗଡାରେ ଛିଡା ହୋଇଥିଲେ । ଅସୁସ୍ଥ ଥିବାରୁ ବିଚାରପତି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପ୍ରତ୍ୟେକ ଶୁଣାଣି ସମୟରେ ଅଦାଲତରେ ଉପସ୍ଥିତ ରହିବେ ବୋଲି ଜୟାପ୍ରଦା ପ୍ରତିଶ୍ରୁତି ଦେଇଛନ୍ତି ।
ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଜୟାପ୍ରଦାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ବାରମ୍ବାର କୋର୍ଟର ନୋଟିସ୍ ସ୍ୱତ୍ତେ ସେ କୋର୍ଟରେ ହାଜର ହୋଇନଥିଲେ । ଶେଷରେ ଗତ ଫେବୃଆରୀ ୨୭ରେ ବିଚାରପତି ତାଙ୍କୁ ପଳାତକ ଘୋଷଣା କରିବା ସହ ମାର୍ଚ୍ଚ ୬ ସୁଦ୍ଧା ଗିରଫ କରି ଅଦାଲତରେ ହାଜର କରାଇବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ । କୋର୍ଟ ଜୟା ପ୍ରଦାଙ୍କ ଅସୁସ୍ଥତାକୁ ବିଚାର କରି କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେ ମଧ୍ୟ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ପ୍ରତ୍ୟେକ ଶୁଣାଣି ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବେ ଏବଂ ହାଜର ହେବା ପାଇଁ କୌଣସି ସମନ କରାଯିବ ନାହିଁ ।