Pratidin TV

Odisha's Digital News Platform

ଜେଲ୍ରୁ ବାହାରି କେଜ୍ରିୱାଲ କହିଲେ-‘ଆଇ ଆମ ବ୍ୟାକ୍‌’,ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଶୀଘ୍ର ଆସିବି

1 min read

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗତକାଲି ମେ ୧0 ତାରିଖ ଦିନ ମିଳିଲା ଜାମିନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଗିରଫ ପରେ କେଜ୍ରିୱାଲ ତିହାର ଜେଲରେ ଥିଲେ । ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ୫୦ ଦିନ ତଳେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରିଛନ୍ତି।

ଶତାଧିକ ଆପ କର୍ମୀ ଓ ନେତାମାନେ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ତିହାର ଜେଲ ବାହାରେ ରହିଥିଲେ। ସମସ୍ତଙ୍କୁ ଅଭିବାଦନ ଜଣାଇ କେଜ୍ରିୱାଲ ‘ଆଇ ଆମ ବ୍ୟାକ୍‌’ କହିଥିଲେ | ଜେଲରୁ ସିଧାସଳଖ ବାହାରି କେଜ୍ରିୱାଲ ତାଙ୍କ ବାସଭବନକୁ ଯାଇଥିଲେ। ସେ ବାହାରକୁ ଆସି କହିଥିଲେ “ଆଇ ଆମ ବ୍ୟାକ। ଆପଣ ସମସ୍ତଙ୍କ ସାମ୍ନାରେ ରହି ଖୁବ ଭଲ ଲାଗୁଛି। ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଶୀଘ୍ର ଆସିବି। ଏବେ ମୁଁ ଆସି ଯାଇଛି। ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ମୋତେ ଆଶୀର୍ବାଦ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ପାଇଁ ଆଜି ମୁଁ ଆପଣମାନଙ୍କ ସାମ୍ନାରେ ରହିଛି। ଆମେ ଦେଶକୁ ଏକଛତ୍ରବାଦରୁ ସୁରକ୍ଷା କରିବାକୁ ପଡ଼ିବ।”

Advertisement

ତେବେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୨୧ ଦିନର ଜାମିନ ଦିଆଯାଇଛି | ଜୁନ ୧ ରେ ନିର୍ବାଚନ ସାରିବା ପରେ ଜୁନ ୨ ତାରିଖରେ ପୁଣି ଜେଲରେ ଆତ୍ମସମର୍ପଣ କରିବାକୁ କହିଛନ୍ତି |

Leave a Reply

Your email address will not be published. Required fields are marked *