Pratidin TV

Odisha's Digital News Platform

ଦୀପାଞ୍ଜଳି ପରେ ଚାନ୍ଦିନୀ ; ପୁଣି ବାପଘରେ ହେଲା ଝିଅର ସୁଦ୍ଧିକ୍ରିୟା ….

ଗଜପତି ; ନିକଟରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଦୀପାଞ୍ଚଳି ବୋଲି ଜଣେ ଝିଅ ବଞ୍‌ଚି ଥାଉ ଥାଉ ବାପା ଓ ପରିବାର ମିଶି ତାର ସୁଦ୍ଧିକର୍ମ କରିଥିଲେ । ଆଉା ଏବେ ପୁଣି ଗଜପତି ଜିଲ୍ଲାରେ ଘଟିଯାଇଛି ସମାନ ଘଟଣଅ । ନିଜ ବଞ୍ଚିଥିବା ଝିଅର ଆଜି ଶୁଦ୍ଧି କ୍ରିୟା ଦଶାହ କାର୍ଯ୍ୟ କରୁଛନ୍ତି ପରିବାର ଲୋକେ । ହଁ ଆଜ୍ଞା କଥାଟା ଆପଣଙ୍କୁ ଅଡୁଆ ଲାଗୁଥାଇ ପାରେ କିନ୍ତୁ ଘଟଣାଟି ସତ । ଘଟଣା ଟି ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ପରିବାରରେ ।

ଗତ ଶନିବାର ଦିନ ସହଦେବ ସାହୁଙ୍କ ସାନ ଝିଅ ଚାନ୍ଦିନୀ ସାହୁ ଘରୁ କୁଆଡେ ଚାଲି ଯାଇଥିଲେ । ବହୁଖୋଜା ଖୋଜି ପରେ ସୋସିଆଲ ମିଡିଆରେ ନିଜ ଝିଅ କୌଣସି ଏକ ପୁଅ ସହ ବିବାହ କରିଥିବା ଜାଣିବାକୁ ପାଇଲେ । ଏହି ଖବର ଜାଣି ସହଦେବ ଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ଏତେ ବର୍ଷ ନିଜ ଝିଅ କୁ ସ୍ନେହ ଆଦର ଦେଇ ପାଠ ସାଠ ପଡ଼ାଇ ଆସୁଥିଲେ ସହଦେବ । ସହଦେବ ଜଣେ ଛୋଟ ଜଳଖିଆ ବେପାରୀ । ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ । ଅନେକ ସ୍ଵପ୍ନ ଦେଖି ନିଜ ଝିଅ କୁ ପୁଅ ଭଳି ପାଳି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢାଇଥିଲେ । ହେଲେ ଅଳ୍ପ କେଇଦିନ ଭିତରେ ସେହି ସ୍ବପ୍ନ କୁ ନିଜ ପାଦରେ ଦଳି ଅନ୍ୟ ଜାତି ପୁଅ ର ହାତ ଧରି କୋର୍ଟ ମେରେଜ୍ କରିଛନ୍ତି ଚାନ୍ଦିନୀ ।ହେଲେ ଏପଟେ ବାପା ଏହି ଖବର ଜାଣିବା ପରେ ପରିବାର ବର୍ଗ ଓ ସମ୍ପର୍କୀୟ ଙ୍କୁ ଡାକି ଘରେ ପୁରୋହିତ ଙ୍କ ଦ୍ଵାରା ନିଜ ଝିଅ ର ଶୁଦ୍ଧି କ୍ରିୟା ଏକାଦଶ କାର୍ଯ୍ୟ କରୁଛନ୍ତି । ବଡ ଭଉଣୀ ନନ୍ଦିନୀ ନିଜ କୋହ ସମ୍ଭାଲିନପାରି ଭୋ ଭୋ ହୋଇ କାନ୍ଦି ଭଉଣୀର ଏପରି କାର୍ଯ୍ୟକୁ ନିନ୍ଦାକରି ଘରେ ରୋଗୀଣା ମାଁ କଥା ନଭାବି କିପରି ଚାଲି ଗଲା ବୋଲି ପଚାରୁଛି ।

ଆଜିର ଯୁବପୀଢି ପାଠ ସାଠ ଛାଡି ପଥଭ୍ରଷ୍ଟ ହୋଇ ନିଜ ଜୀବନକୁ ଅନ୍ଧକାରକୁ ଠେଲି ଦେଉଛନ୍ତି । ତେବେ ଯୁବ ପୀଢି ଏଭଳି ପଦକ୍ଷେପ ଉଠାଇବା ପୂର୍ବରୁ ନିଜ ପରିବାର ବିଷୟରେ ଥରୁଟିଏ ଭାବୁ ନାହାନ୍ତି କାହିଁକି ?

Leave a Reply

Your email address will not be published. Required fields are marked *