Pratidin TV

Odisha's Digital News Platform

ଛାଡ଼ପତ୍ର ପରେ ପୁଣିଥରେ ପ୍ରେମରେ ପଡ଼ିଲେ ସାମନ୍ଥା , ଏହିଦିନ ଯିବେ ଡେଟ ରେ …

1 min read

ସାଉଥ ଇଣ୍ଡ୍ରଷ୍ଟିର ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ କିଛିନା  କିଛି କରଣ ପାଇଁ ଚର୍ଚ୍ଚାର ରେ ରୁହନ୍ତି  | ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ ସକ୍ରିୟ । ସାମନ୍ଥା ତାଙ୍କ ନୂତନ ପୋଷ୍ଟଗୁଡିକ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଅପଡେଟ୍ କରି ଚାଲିଛନ୍ତି | ତେବେ ଏବେ ତାଙ୍କ ପୋଷ୍ଟ ଦେଖି ଲାଗୁଛି  ପୁଣିଥରେ ଅଭିନେତ୍ରୀ ପ୍ରେମରେ ପଡିଛନ୍ତି  |  ଏହା ଆମେ  ନୁହେଁ ବରଂ ସାମନ୍ଥାନିଜେ ଏହି ସୂଚନା ଦେଇଛନ୍ତି | ବାସ୍ତବରେ, ସାମନ୍ଥା  ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ |

ଏହି ପୋଷ୍ଟରେ ଅଭିନେତ୍ରୀ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସାମନ୍ଥାନିଜେ ନଜର ଆସିଛନ୍ତି ଏବଂ ତାଙ୍କ ହାତରେ ଏକ ଛୋଟ ଚିଟ୍ ଅଛି, ଯେଉଁଥିରେ ଲେଖା ଅଛି Find Hon…  ଦ୍ୱିତୀୟ ଫଟୋ ରେ ଲେଖାଅଛି   ଯେ 01-08 ରେ ମହୁ ଖୋଜ | କେବଳ ଏତିକି ନୁହେଁ, ଏହି ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ ଏହାର କ୍ୟାପସନରେ ମଧ୍ୟ ଲେଖିଛନ୍ତି ଯେ 01-08 ଏକ ତାରିଖ ଭଳି ଲାଗୁଛି? ସାମନ୍ଥାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଲୋକଙ୍କ ସାମ୍ନାକୁ  ଆସିବା ମାତ୍ରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସିଲା ଯେ କ’ଣ ହେଲା? ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟ କୁ ନେଇ ୟୁଜର୍ସ ମାନେ କଡ଼ା ମନ୍ତବ୍ୟ ଦେଉଛନ୍ତି । ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟ ଯାହା ଆଡକୁ ସୂଚାଉଛି ତାହା କେବଳ ଅଗଷ୍ଟ  01ରେ ଜଣା ପଡିବ।

Leave a Reply

Your email address will not be published. Required fields are marked *