Pratidin TV

Odisha's Digital News Platform

ହାର୍ଦ୍ଦିକଙ୍କ ସହ ଛାଡ଼ପତ୍ର ପରେ ସାଇକେଲରେ ନଜର ଆସିଲେ ନତାଶା..

1 min read

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଦୁହେଁ ପରସ୍ପର ଠାରୁ ଅଲଗା ହୋଇଛନ୍ତି | ଏହା ପରେ ଦୁହେଁ ନିଜ ପୁଅ ଅଗସ୍ତ୍ୟକୁ ନେଇ ଏକ ପୋଷ୍ଟ ମଧ୍ୟ କରିଥିଲେ | ୪ ବର୍ଷ ସମ୍ପର୍କ ପରେ ପରସ୍ପର ବୁଝାମଣା ସହ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିବା ସ୍ପଷ୍ଟ କରିଥିଲେ | ସେଲିବ୍ରିଟି ଯୋଡ଼ିଙ୍କ ବିବାହ ୪ ବର୍ଷ ପୁରୁଣା ଅଟେ | ନାଇଟ କ୍ଲବରୁ ଦେଖା ସକହେତ ପରେ ଜୀବନସାଥୀ ହୋଇଥିଲେ | ୨0୨0 ମସିହା କୋଭିଡି ସମୟରେ ଏକ ଭିଡ଼ିଓ ବେଶ ଭାଇରାଲ ହେଉଥିଲା | ଯେଉଁଥିରେ ନତାଶାଙ୍କୁ ହାର୍ଦ୍ଦିକ ପ୍ରପୋଜ କରୁଥିବା ଦେଖିବାକୁ ମିଳିଥିଲା | କିଂତ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ବିଚ୍ଛେଦ ଘୋଷଣା କରିଛନ୍ତି |

ତେବେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନ୍‌କୋଭିକ ଏବେ ସର୍ବିଆରେ ରହୁଛନ୍ତି । ପାଣ୍ଡ୍ୟାଙ୍କ ସହ ବିଚ୍ଛେଦ ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ସେ ସର୍ବିଆ ଚାଲିଯାଇଥିଲେ । ସେଠାରେ ପହଞ୍ଚି ସେ ବିଚ୍ଛେଦ ନେଇ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ସର୍ବିଆ ଯିବାପରେ ସେ ପ୍ରତ୍ୟେକ ଦିନ କିଛି ନା କିଛି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖାଯାଉଛି । ସେ ଇନ୍‌ଷ୍ଟା ଷ୍ଟୋରୀରେ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ସେ ଜିମ୍‌ କରୁଥିବା ବେଳେ ରାସ୍ତାରେ ସାଇକେଲ ମଧ୍ୟ ଚଳାଉଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *