Pratidin TV

Odisha's Digital News Platform

ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ମୋକିମଙ୍କୁ ନେଇ ବଢୁଛି ଚର୍ଚ୍ଚା …

1 min read

ଏହି ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଛତିଶଗଡ କଂଗ୍ରେସ ବିଧାୟକଙ୍କୁ ମିଳିଲା ଓଡିଶାରେ ନେତା ବାଛିବା ଦାୟିତ୍ୱ । ଭକ୍ତ ଚରଣ ଦାସ , ଶରତ ରାଉତ୍ ଓ ମହମ୍ମଦ ମୋକିମ୍ ଙ୍କ ଭିତରୁ କାହାକୁ ମିଳିବ ଏହି ଗୁରୁ ଦାୟିତ୍ୱ ? କଂଗ୍ରେସ ଶିବିରରେ ଲାଗିଛି ଉତ୍ସାହ ଓଡିଶା ଆସିବେ ରାହୁଲ ଗାନ୍ଧୀ ,ଏଆଇସିସି ଅଧ୍ୟକ୍ଷ ଓଡିଶା ପିସିସିସି ସଭାପତି ଚୟନ ପକ୍ରିୟା ଆରମ୍ଭ କରିଥିବା ବେଳେ ସଭାପତି ଲିଷ୍ଟରେ କିନ୍ତୁ ଏବେ ଅନେକ ନେତାଙ୍କ ନାମ ଯୋଡି ହୋଇଛି । ଆଉ ଏହି ରେସ ରେ ସବୁଠୁ ଅଧିକ ଆଗରେ ରହିଛନ୍ତି ମହମ୍ମଦ ମୋକିମ୍ ତାପରେ ଭକ୍ତ ଚରଣ ଦାସ୍ , ଶରତ ରାଉତ୍ , ଶ୍ରୀକାନ୍ତ ଜେନା , ଜୈଦେବ ଜେନା ଓ ବିଶ୍ୱ ରଞ୍ଜନ ମହାନ୍ତିଙ୍କ ନାଁ ତାରିଲାକରେ ରହିଛି ।

ତେବେ ଏମାନଙ୍କୁ ବାଦ୍ ଦେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ସପ୍ତକିରି ,ଉଲ୍‌କା ତାରା ପ୍ରସାଦବାହିନୀ ପତିଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଯାହା କୁହାଯାଉଛି ଦୀପାବଳି ପରେ ହିଁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ପଡୋଶୀ ଛତିଶଗଡର କଂଗ୍ରେସ ବିଧାୟକ ଦଳର ନେତା ଚରଣ ଦାସ୍ ମହନ୍ତଙ୍କୁ ଓଡିଶା ମୁଖିଆ ବାଛିବାର ଦାୟିତ୍ୱ ଦେଇଛି ଏଆଇସିସି । ତାଙ୍କ ସହ ରାହୁଲଗାନ୍ଧୀଙ୍କ କୋର କମିଟି ତଥା ଓଡିଶାରେ କାମ କରୁଥିବା ମିନାକ୍ଷୀ ନଟରାଜ୍ ଙ୍କୁ ମଧ୍ୟ ପିସିସି ଚୟନ ଲାଗି ଦାୟିତ୍ୱ ଦିଆଯାଇଛି ।

Advertisement

ତେବେ ଖୁବ୍ ଶୀଘ୍ର ଏହି ଦୁଇ ନେତା ଆସି ଓଡିଶା ନେତାଙ୍କ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ ଏବଂ ଏଆସିସି ପିସିସି ସଭାପତି ଚୟନ ପକ୍ରିୟା ଆରମ୍ଭ କରିଥିବାରୁ କଂଗ୍ରେସ ଶିବିରରରେ ଉତ୍ସାହ ଦେଖିବାକୁ ମିଳିଛି।
ତେବେ ୧୦୦ ରୁ ଅଧିକ ଦିନ ହେବ କଂଗ୍ରେସ ମୁଖିଆ ଶୂନ୍ୟ ହୋଇଛି ଓଡିଶା କଂଗ୍ରେସ । କିନ୍ତୁ ଖୂବଶୀଘ୍ର ଏହା ପୂରଣ ହେବ । ଏନେଇ ଏଆଇସିସି ମଲିକା ଅର୍କୁନ ଖଡ୍‌ଗେ ନିଜେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *