Pratidin TV

Odisha's Digital News Platform

ମଧ୍ୟାହ୍ନର ବଳକା ଭୋଜି ଖାଇଲେ ଡାକ୍ତରଖାନରେ ଭର୍ତ୍ତି ହେଲେ;୩0 ରୁ ଉର୍ଦ୍ଧ ଅସୁସ୍ଥ

1 min read

ବଳକା ଭୋଜି ଖାଇ ହେଲେ ଅସୁସ୍ଥ | କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ଗ୍ରାମରେ ଘଟିଛି ଏପରି ଘଟଣା | ଭୋଜି ଖାଇ ୩0 ରୁ ଉର୍ଦ୍ଧ ଅସୁସ୍ଥ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଛନ୍ତି ଚିକିତ୍ସିତ l ସୂଚନା ମୁତାବକ ଗତକାଲି ବିଲିକଣା ଗ୍ରାମର ଶ୍ରୀଧର ବେହେରାଙ୍କର ପୋଥି ବଢିଥିଲା l ଯାହାକୁ ନେଇ ମଧ୍ୟାହ୍ନରେ ପରିବାର ପକ୍ଷରୁ ଭୋଜି ଆୟୋଜନ କରାଯାଇଥିଲା l ବଳକା ଖାଦ୍ୟକୁ ରାତିରେ ଖିଆ ଯାଇଥିବା ଯୋଗୁଁ ଯାହା ଫଳରେ ଗ୍ରାମର ୧୫ ରୁ ଉର୍ଦ୍ଧ ପରିବାରର ପାଖା ପାଖି ୩0 ରୁ ଉର୍ଦ୍ଧ ଲୋକେ ଡ଼ାଇରିଆରେ ଆକ୍ରାନ୍ତ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଛୋଟ ଶିଶୁଠୁ ଆରମ୍ଭ କରି ଗ୍ରାମର ଅନେକ ଲୋକ ଆକ୍ରାନ୍ତ ହୋଇ ନିକଟରେ ଥିବା ବାବର, ରାଜନଗର ଓ ପଟ୍ଟାମୁଣ୍ଡାଇ ମେଡିକାଲରେ ହେଉଛନ୍ତି ଚିକିତ୍ସିତ l ଗ୍ରାମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ |

Leave a Reply

Your email address will not be published. Required fields are marked *