ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ର ଛାତ୍ରୀଙ୍କୁ ଛାଡି ଛୁ ମାରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ …
1 min readମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଲୟ ଛୁଟି । ସ୍କୁଲରେ ପାଠ ପଢାଇବା ବଦଳରେ ସ୍କୁଲରେ ପିଲାଙ୍କୁ କେବଳ ମଧ୍ୟାହ୍ନ ଭୋଜନ ଦେଇ ସ୍କୁଲ ଛୁଟି କରାଯାଉଛି । ସ୍କୁଲ୍ ରେ କେବଳ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପିଲା ବିଦ୍ୟାଳୟ ଆସୁଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଇନ୍ତାଲି ଗୁଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଖାଇବା ଛୁଟି ପରେ ବିଦ୍ୟାଳୟ ବନ୍ଦ କରି ତାଲା ପକାଇ ଘର କୁ ପ୍ରଧାନ ଶିକ୍ଷୟିତ୍ରୀ ଛୁ, ମାରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପଟ ବ୍ଲକ ଶିକ୍ଷା ଅଧିକାରୀ ଅଫିସ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଓଡ଼ିଶାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦରମା ବୃଦ୍ଧି କରିବା କିମ୍ବା ରେଗୁଲାର କରିବା ପାଇଁ ସରକାର ଙ୍କୁ ଦାବ କରି ଆନ୍ଦୋଳନ କରୁଛନ୍ତି ।
ଏପଟେ ବିଦ୍ୟାଳୟରେ ଏମିତି କିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜ ମନ ମାନି କରି ମଧ୍ୟାହ୍ନ ଭୋଜନ ଖାଇବା ି ପରେ ବିଦ୍ୟାଳୟର ଶ୍ରେଣୀ ଗୃହରେ ତାଲା ଝୁଲାଇ ଘରକୁ (ଛୁ) ମାରୁଛନ୍ତି । ଏହି ଘଟଣାକୁ ନେଇ ସ୍ଥାନାୟ ବାସୀନ୍ଦାଙ୍କ ସହ କିଛି ଗଣ ମାଧ୍ୟମ ପ୍ରତିନିଧିମାନେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନରାଓ କୋଣ୍ଡାଗିରି ଙ୍କୁ ଜଣାଇଥିଲେ । ଏହି ଘଟଣା ଜାଣିବା ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇନ୍ତାଲି ଗୁଡା ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀ ଲତିକା ଦେଇ ଙ୍କୁ ପଚାରି ବୁଝିଥିଲେ । ଏହାପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।