Pratidin TV

Odisha's Digital News Platform

ସ୍ୱାର୍ଥପର ମାଲିକର ସଉକ ପୂରଣ ପରେ , ଅସହାୟ ଅବସ୍ଥାରେ ଅଜଣା ରାସ୍ତାରେ ପୋଷା କୁକୁର ….

କଟକ : ବୋଧେ ସେଥିପାଇଁ ତା ନା ମଣିଷ । ନିଜର ସ୍ୱାର୍ଥ ସରିଗଲା ପରେ ସେ ସାହାର୍ଯ୍ୟ କରିଥିବା ମଣିଷକୁ ବି ଭୁଲିଯାଏ । ଏଇ ପଶୁଟାକୁ କେମତି ମନେରଖିବ । ପିଲାଦିନେ ନିଜ ମା ପାଖରୁ ଅଲଗା ହୋଇ ମାଲିକ ସହ ଚାଲିଆସିଥିଲା ତା ଘରକୁ । ମାଲିକର ପରିବାରକୁ ନିଜର ଭାବି ଦେଇଥିଲା ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ତା ହେଫାଜତ୍ କରି ବିଶ୍ୱାସୀ ବନିବ ଭାବିଥିଲା । ଦିନେ ମାଲିକର କାମରେ ତା ସହ ବ୍ୟାଙ୍କକୁ ଆସିଲା , ବ୍ୟାଙ୍କ ବାହାରେ ମଧ୍ୟ ବସିଲା କିନ୍ତୁ ମାଲିକକୁ ବ୍ୟାଙ୍କ ଭିତରକୁଗଲା ଯେ ଆଉ ଆସିଲାନି । ସେମିତି ମାଲିକର ଫେରିବା ବାଟକୁ ଚାହିଁ ବ୍ୟାଙ୍କ ବାହାରେ ଜଗି ବସିଛି ବୁଲା କୁକୁର । ଏଭଳି ଏକ ଆଖିଭିଜା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମଙ୍ଗଳାବାଗ ଅଞ୍ଚଳରେ ।

ଘରେ ରଖିବା ପାଇଁ ସଉକରେ କିଣିଥିବା ବିଦେଶୀ କୁକୁରକୁ ଅସମୟରେ ଅସହାୟ ଅବସ୍ଥାରେ ଅଜଣା ରାସ୍ତାରେ ଛାଡି ଚାଲିଯାଇଛି ସ୍ୱାର୍ଥପର ମାଲିକ । ଆଜିର ଏ ଆଧୁନିକ ଯୁଗର ମଣିଷ ନିଜର ସୁଖ, ନିଜର ସ୍ବାର୍ଥ ଏବଂ ନିଜର ବିଳାସ ଜୀବନ ପାଇଁ ସବୁକିଛି କରିପାରୁଛି । ଯେଉଁଥିରେ ଆଜିକାଲି ପ୍ରତ୍ୟକ ବଡ଼ ବଡିଆ କିମ୍ବା ମଧ୍ୟବିତ୍ତ ଶ୍ରେଣୀର ହୁଅନ୍ତୁ ନା କାହିଁକି କୁକୁର ରଖିବା ଗୋଟେ ପ୍ରକାର ସଉକରେ ପରିଣତ ହୋଇସାରିଛି । କିନ୍ତୁ ଏହାରି ଭିତରେ କେଉଁଠି ନା କେଉଁଠି ମଣିଷ ତା’ର ମଣିଷ ପଣିଆ ହରାଇ ବସୁଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ମଙ୍ଗଳାବାଗ ଅଞ୍ଚଳରେ ।

କେହି ଜଣେ ମାଲିକ ତାଙ୍କର ବିଦେଶୀ (ଲ୍ୟାବ୍ରୋଡର) ପ୍ରଜାତିର କୁକୁର କୁ ଅସହାୟ ଅବସ୍ଥାରେ ମଙ୍ଗଳାବାଗ ସ୍ଥିତ ଏସ୍ .ବି.ଆଇ ବ୍ୟାଙ୍କ ନିକଟରେ ଚାଡ଼ି ଚାଲିଯାଇଛି । ତେବେ ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ ହାତଯୋଡ଼ି ଅନୁରୋଧ କରିଛନ୍ତି ପଶୁପ୍ରେମୀ ମନୋଜ କୁମାର ପଣ୍ଡା । ସେ କହିଛନ୍ତି ଯେ ଯଦି ଆପଣ ପଶୁପକ୍ଷୀମାନଙ୍‌କୁ ହୃଦୟରୁ ଭଲପାଉଛନ୍ତି ତେବେ ପାଳନ୍ତୁ । ନିଜର ସଉକ ପାଇଁ ଏଭଳି କରନ୍ତୁନି । ସେମାନି ମି ମଣିଷ ଭଳିଆ ଭଲପାଇବା ଖୋଜନ୍ତି । ଯଦି ଦମ୍ ନାହିଁ ତେବେ ପୋଷା ଜୀବଙ୍କୁ ପାଳନ୍ତୁନି ।

Leave a Reply

Your email address will not be published. Required fields are marked *