Pratidin TV

Odisha's Digital News Platform

ଠାକୁର କଲେ ସ୍ୱପ୍ନାଦେଶ: ଘରର ମାଟିତଳୁ ଉଦ୍ଧାର ହେଲା ବିରଳ ମୂର୍ତ୍ତି

1 min read

ଭୁବନେଶ୍ୱର: କଟକ ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା। ଗାଁମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ବାହାରିଲେ ୧୨ଟି ପିତ୍ତଳର ମୂର୍ତ୍ତି ଓ ଗୋଟିଏ ଶାଳ ଗ୍ରାମ ପଥର। କିଛି ଦିନ ତଳେ ଦୀନବନ୍ଧୁଙ୍କ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ରାତିରେ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଘରର ଚଟାଣ ଫାଟିଥିଲା।

ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି। ଉଦ୍ଧାର ମୂର୍ତ୍ତି ମଧ୍ୟରେ ଗରୁଡ, ବ୍ରହ୍ମା-ବିଷ୍ନୁ-ମହେଶ୍ବର, ଗଣେଷ, ସରସ୍ୱତୀ, ବ୍ରୁଷଭ, ଶାଳଗ୍ରାମ, ରାମ ଅଭିଷେକ, ଶିବ, ନାରାୟଣ ଏବଂ ଅଷ୍ଟଭୂଜା ମା ଦୂର୍ଗାଙ୍କ ମୂର୍ତ୍ତି ରହିଛି। ମୂର୍ତ୍ତିଗୁଡିକ ଉଦ୍ଧାର ପରେ ପ୍ରତ୍ନତତ୍ତ୍ଵ ବିଭାଗ ଘରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ମୂର୍ତ୍ତି ଗୁଡିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

Advertisement

Leave a Reply

Your email address will not be published. Required fields are marked *