Pratidin TV

Odisha's Digital News Platform

(ଭିଡିଓ)ବଢିଲା ତିର୍ତୋଲ ବିଧାୟକ ବିଜୟଶଙ୍କର ଙ୍କ ଅଡୁଆ : ପ୍ରେମିକାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜ୍ଜୁ ପାଇଁ ହାଇକୋର୍ଟର ନିର୍ଦ୍ଦେଶ ..

1 min read

କଟକ : କଟକ ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲା। ସୋମାଲିକାଙ୍କ ଏତଲା ପଞ୍ଜୀକରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାନି ଲିଖିତ ଅଭିଯୋଗ ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶର ସାର୍ଟିଫାଏଡ କପି ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଆବେଦନକାରୀ ଦାଖଲ କରିବା ପରେ ଏତଲା ପଞ୍ଜୀକରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସୋମାଲିକାଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମାଲିକାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିବାହ ପାଇଁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉଭୟ ବିଜୟଶଙ୍କର ଓ ସୋମାଲିକା ଆବେଦନ କରିଥିବା ବେଳେ ନିର୍ଦ୍ଧାରିତ ସମୟ େଶଷ ହୋଇଥିଲେ ମଧ୍ୟ ବିବାହ ହୋଇ ପାରି ନଥିଲା। ଅନ୍ୟପକ୍ଷରେ ଜଗତସିଂହପୁର ଥାନାରେ ସୋମାଲିକାଙ୍କ ପକ୍ଷରୁ ବିଜୟଶଙ୍କରଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ୨୦୨୨, ମେ ୧୩ର ଏତଲା ପରେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *