Pratidin TV

Odisha's Digital News Platform

ଭାରତ ପରେ ଆମେରିକା ରଚିଲା ଇତିହାସ , ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିଲା ନାସାର ‘ଓଡିସିଏସ’…

1 min read

ଭାରତ ପରେ ଏବେ ଆମେରିକା ଲେଖିଲା ଜହ୍ନରେ ନାଁ । ଦୀର୍ଘ ୫୦ ବର୍ଷର ସଂଗ୍ରାମ ହେଲା ସଫଳ । ଶେଷରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି ଆମେରିକା । ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ହୋଇଥିବା ବେଳେ, ଏହାର ପଛକୁ ରହିଛି ଆମେରିକା । ସଫଳ ଅବତରଣ କଲା ଓଡିସିଏସ । ଏହି ଇଣ୍ଟିଉଟିଭ ମସିନ ନୋଭା ସି ସ୍ପେସକ୍ରାଫ୍ଟ ରେ ୬ଟି ପେ-ଲୋଡ ରହିଥିବା ବେଳେ ଏହା ଚନ୍ଦ୍ରରେ ଜଳବାୟୁ ସମ୍ପର୍କରେ ଅନୁଧ୍ୟାନ କରିବ । ଏହାକୁ ହ୍ୟୁଷ୍ଟନର ଇଣ୍ଟୁଏଟିଭ୍ ମେସିନ୍ ତିଆରି କରିିଛି ।

ଭାରତୀୟ ସମୟ ଅନୁସାରେ ବୋର ୪.୩୫ ମିନିଟ୍ ରେ ଓଡିସିୟସ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ନାସା ପକ୍ଷରୁ କରାଯାଇଥିବା ଏହି ଘରୋଇ ମିଶନ ଆଇଏମ –ୱାନ ସଫଳ ହୋଇଛି । ତେବେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀର ସ୍ପେଶକ୍ରାଫ୍ଟ ଚନ୍ଦ୍ରରେ ଅବତରଣ କରିଛି । ମିଳିଥିବା ସୂଚନା ଅନୁସାରେ ଓଡିସିୟସ୍ ଲ୍ୟାଣ୍ଡର ଚନ୍ଦ୍ରରେ ଲ୍ୟାଣ୍ଡ କରିବା ବେଳେ ଏହା ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ତଥାପି ଏହି ଲ୍ୟାଣ୍ଡର ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବାରେ ସଫଳ ହୋଇଥିବା ବୈଜ୍ଞାନିକ କହିଛନ୍ତି । ଏହି ଲ୍ୟାଣ୍ଡର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଛି । ଆମେରିକାର ଏହି ମିଶନ ସାତ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ । ପ୍ରଥମ ଥର କୌଣସି ଘରୋଇ କମ୍ପାନୀ ଚନ୍ଦ୍ରରେ ନିଜର ଲ୍ୟାଣ୍ଡର ଓହ୍ଲାଇବାରେ ସଫଳ ହୋଇଥିବାରୁ ଏହା ଆମେରିକା ପାଇଁ ବଡ ସଫଳତା ଆଣିଦେବ ବୋଲି କୁହାଯାଇଛି । ଆମେରିକା ପୂର୍ବରୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଚ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇପାରିଥିଲା । ବିଶ୍ୱରେ ପ୍ରଥମ ଦେଶ ହୋଇଥିଲା ଭାରତ । ୨୩ ଅଗଷ୍ଟ ୨୦୨୩ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଆପୋଲ ମିଶନର ପ୍ରାୟ ୫୦ ବର୍ଷ ପରେ ଆମେରିକା ଏହି ସଫଳତା ହାସଲ କରିଛି ।

Advertisement

Leave a Reply

Your email address will not be published. Required fields are marked *