Pratidin TV

Odisha's Digital News Platform

ଟିମ ଇଣ୍ଡିଆକୁ ବଡ ଝଟକା : ରୋହିତ୍ ପରେ ,ଦ୍ୱିତୀୟ ଟେଷ୍ଟରୁ ନବଦୀପ ବାଦ୍‌

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପରି ଖେଳରୁ ବାଦ ପଡ଼ିଲେ ଦ୍ରୁତ ବୋଲର ନବଦୀପ ସୈନି । ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଏ ସମ୍ପର୍କରେ ବିସିସିଆଇ ବିଧିବଦ୍ଧ ଘୋଷଣା କରିଛି । ଅନ୍ୟପକ୍ଷରେ ସୈନି ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିବାରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ସେ ଏବେ ନ୍ୟାସ୍‌ନାଲ କ୍ରିକେଟ ଏକାଡେମୀରେ ରିପୋର୍ଟ କରିବେ । ସେଠାରେ ତାଙ୍କର ରିହାବ ପ୍ରକ୍ରିୟା ଆରମ୍ଭ ହେବ । ସୈନିଙ୍କ ଆହତ ଏବେ ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସେ ଇଣ୍ଡିଆ ଏ’ ପକ୍ଷରୁ ଦୁଇଟି ମ୍ୟାଚ୍ ଖେଳିଥିଲେ । ସେ ଫିଟ ମଧ୍ୟ ଥିଲେ । ଏପରି କି ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳି ନଥିଲେ । ତଥାପି ସେ ଆହତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରିବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଆହତ ହୋଇଥିବା ରୋହିତ ଏଯାଏ ଫିଟ ହୋଇନାହାନ୍ତି । ସେ ଏବେ ବିସିସିଆଇ ମେଡିକାଲ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି ।

ମେଡିକାଲ ଟିମର କହିବା କଥା ଯେ ରୋହିତ ଶର୍ମାଙ୍କୁ ଠିକ ଭାବେ ବ୍ୟାଟିଂ ଓ ଫିଲ୍ଡିଂ ପାଇଁ ଆଉ କିଛି ଦିନ ସମୟ ଦରକାର । ସେ ରିହାବ ପ୍ରକ୍ରିୟାରେ ରହିଛନ୍ତି । ତେଣୁ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *