Pratidin TV

Odisha's Digital News Platform

ରାଜଧାନୀର କାର୍ ଖାନା ପରେ ଏବେ କଟକରେ ଜମୁଛି ମା’ଝିଅ ଖାନା ।

1 min read

କଟକ : ବଡ଼ ବଡ଼ କ୍ୟାଫେରେ ପିଜା, ବର୍ଗର, ସ୍ୱାଣ୍ଡଓି୍ୱଚ୍ ସହ ଏମିତି ଅନେକ ଭେରାଇଟିର ହାଇଜେନିକ୍ ଫୁଡ୍ ଲୋକଙ୍କୁ ଆକୃଷ୍ଟ କରିଥାଏ । ଯାହା ଗରାଖି ଙ୍କ ପକେଟ୍ କୁ ବାଧେ ତଥାପି ଆପଣାନ୍ତି ଏହି ଖାଦ୍ୟକୁ । କିନ୍ତୁ ବର୍ତ୍ଥମାନ ଏହି ବଡ ବଡ କ୍ୟାଢେ ଏବଂ ରେଷ୍ଟୁରାଣ୍ଟର ଇଂରାଜୀ ଖାଦ୍ୟ ଆପଣମାନେ ରାସ୍ତା କଡରେ ଅତି ସୁଲଭ ମୂଲ୍ୟରେ ପାଇପାରିବେ ।
କଟକ ଯୋବ୍ରା ଓ I love Cuttack ସମ୍ମୁଖରେ ଖୋଲିଛି I love Chandini Snacks । ମା’ ଝିଅ ପ୍ରସ୍ତୁତ କରୁଛନ୍ତି ପିଜା, ବର୍ଗର, ସ୍ୱାଣ୍ଡଓି୍ୱଚ୍ ସହ ରୋଜ୍ ମସଲା ଚାହା ଏବଂ କଫି । ଯାହା ଗରାଖି ଙ୍କ ପସନ୍ଦ ପାଲଟିଛି ଏହି ପିଜା, ବର୍ଗର ଷ୍ଟ୍ରିଟ୍ ଫୁଡ୍ ।

କିଛିଦିନ ତଳେ ରାଜଧାନୀରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ କାର୍ ଖାନାର ଦୁଇ ଜା । ଆଉ ଏବେ ସମାନ ଚିତ୍ର କଟକରେ । ସେଠି କାର୍ ଖାନା ରେ ଲୋକେ ପସନ୍ଦ କରୁଥିଲେ ଦୁଇ ଜା’ ଙ୍କ ହାତ ତିଆରି ସୁଆଦିଆ ଖାଦ୍ୟ । ଆଉ ଏଠି ସମାନ ଢ଼ଙ୍ଗରେ କାର୍ କୁ କାଟି ମା’ ଝିଅ ପ୍ରସ୍ତୁତ କରୁଛନ୍ତି ବଡ଼ ବଡ଼ କ୍ୟାଫେ ଓ ରେଷ୍ଟ୍ରୁରାଣ୍ଟରେ ବନୁଥିବା ସୁସ୍ୱାଦ ପିଜା, ବର୍ଗର, ସ୍ୱାଣ୍ଡଓି୍ୱଚ୍ । ତାହା ବି ସମ୍ପୂର୍ଣ୍ଣ ହାଇଜେନିକ୍ ଏବଂ ଶସ୍ତାରେ । ଯାହାକି ଯୁବପିଢୀଙ୍କୁ କରୁଛି ଆକୃଷ୍ଟ । ଏଠି କେବଳ ପିଜା, ବର୍ଗର ନୁହେଁ ବରଂ ରହିଛି ଆହୁରି ଅନେକ ଭେରାଇଟିର ହାଇଜେନିକ୍ ଫୁଡ୍, ସହ ଚା’, କଫି, ମୋଜିଟୋ । ଆଗକୁ ଆହୁରି ଅନେକ ନୂଆ ନୂଆ ଭେରାଇଟିର ଖାଦ୍ୟ ଖୁଆଇବେ ଏହି ମା’ ଝିଅ । ତେବେ ଏତିକି ନୁହେଁ ପ୍ରତ୍ୟେକ ରବିବାର ରେ ଆପଣ ଏଠାରେ ପତ୍ର ପୋଡ଼ା ମାଛର ସ୍ୱାଦ ନେଇପାରିବେ ବୋଲି କହିଛନ୍ତି ମା’ ନିବେଦିତା । ଏପଟେ ଝିଅ ତନିଶା କୁହନ୍ତି ମା’ ଜଣେ ଭଲ ରୋଷେଇଆ । ନିଜେ ଯୁକ୍ତ ଦୁଇ ପଢ଼ିବା ସହ ମା’ଙ୍କୁ ପିଜା, ବର୍ଗର,ସ୍ୱାଣ୍ଡଓି୍ୱଚ୍ ତିଆରି କରିବାରେ ସାହାର୍ଯ୍ୟ କରନ୍ତି ।

Advertisement

ସନ୍ଧ୍ୟା ହେଲେ ରାସ୍ତାକଡ଼ର ଖାଦ୍ୟ ପଦାର୍ଥ ଭଳି କଟକରେ ନୂଆ କରି ଖୋଲିଥିବା I love Chandini Snacks ରେ ଜମୁଛି ବେଶ୍ ଭିଡ଼ । ଯୁବପିଢୀଙ୍କ ମନ ପସନ୍ଦର ଖାଦ୍ୟ ପାଲଟିଛି ଏବେ ପିଜା, ବର୍ଗର୍, ମୋଜିଟୋ ମିଳୁଛି ଏହିଠାରେ । କ୍ୟାଫେରେ ମିଳୁଥିବା ୪୦୦, ୫୦୦ଟଙ୍କାର ଚିକେନ୍ ପିଜା ଏଠି ପାଇବେ ମାତ୍ର ୧୫୦ ଟଙ୍କାରେ । ସେହିଭଳି କ୍ୟାଫେରେ ମିଳୁଥିବା ଦାମୀ ଜିନିଷ ଏଠି ତାହାର ଅଧାରୁ ଅଧା ଦାମରେ ପାଇବେ ଗ୍ରାହକ ସମାନ ସ୍ଵାଦର ସହିତ । ଯେଉଁମାନେ ଥରେ ଏହି ଜାଗାକୁ ଆସି ଖାଦ୍ୟର ମଜା ନେଇଛନ୍ତି ସେମାନେ ବାରମ୍ବାର ଏଠାକୁ ଆସୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ମା’ ଝିଅଙ୍କ ଖାନା କେତେ ଲୋକଙ୍କ ମନକୁ ଜିଣିପାରୁଛି ।

Leave a Reply

Your email address will not be published. Required fields are marked *