Pratidin TV

Odisha's Digital News Platform

ଟ୍ରେନି ଡାକ୍ତର ପରେ ନର୍ସ , ଡ୍ୟୁଟି ସାରି ଫେରୁଥିଲେ କୁକର୍ମ କରି ଜୀବନ ନେଇଗଲେ ଯୁବକ।

କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଲୋମ ଟାଙ୍କୁରା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଣି ଉତ୍ତରାଖଣ୍ଡରେ ଘଟିଯାଇଚୀ ସମାନ ଘଟଣା । ଦେଶ ୭୮ ତମ ସ୍ୱାଧୀନତା ଦିବସ ପାଳୁଥିଲେ ମଧ୍ୟ ଆଜିବି ଭାରତର ଝିଅ ଅବା ମହିଳା ନିଜ ଦେଶରେ ନିଜ ରାଜ୍ୟରେ ସୁରକ୍ଷିତ ନାହିଁ ।

ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାରୁ ପୁଣି ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ନୈନିତାଲର ଏକ ଘରୋଇ ହସ୍ପିଟାଲରେ କାମ କରୁ ଜଣେ ନର୍ସ ଗତ ଜୁଲାଇ ୩୦ ତାରିଖରେ ଘରକୁ ଯାଉଥିବା ସମୟରେ କୁକର୍ମର ଶୀକାର ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ନର୍ସ ଜଣଙ୍କୁ ରାସ୍ତା ଉପରେ ଜୋରଜବରଦସ୍ତି ଏକ ବୁଦା ଭିତରକୁ ଟାଣି ନେଇଥିଲା। ସେଠାରେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ଧର୍ମେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ଦୁଷ୍କର୍ମକାରୀର ଫୋନ ଟ୍ରାକ କରି ରାଜସ୍ଥାନରୁ ଗିରଫ କରିଥିଲା।

ଜୁଲାଇ ୩୦ ତାରିଖରେ ପୀଡ଼ିତା ଘରକୁ ନଫେରିଥିବାରୁ ଜୁଲାଇ ୩୧ ତାରିଖରେ ସେ ସ୍ଥାନୀୟ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଘଟଣା ଘଟିବାର ୯ଦିନ ପରେ ଅର୍ଥାତ ଅଗଷ୍ଟ୮ ତାରିଖରେ ପୁଲିସ ନର୍ସଙ୍କ ମୃତଦେହ ପାଇଥିଲା।

Leave a Reply

Your email address will not be published. Required fields are marked *