ମା ର ମୃତ୍ୟୁକୁ ସହି ନ ପାରି ନିଜ ଜୀବନ ହାରିଲା ନାବାଳକ ପୁଅ
1 min readମା ର ମୃତ୍ୟୁ ପରେ ନାବାଳକ ପୁଅ କଲା ଆତ୍ମହତ୍ୟା | ଏପରି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା କାନୁଟା ଗାଁର ଉପରପଡାରେ | ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ଏହି ଗାଁର ଜଣଙ୍କ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବ ଫଳରେ ୬ ଜଣ ଙ୍କ ମଧ୍ୟରେ ୪ଜଣ ମୃତୁ ହୋଇଯାଇଥିଲା l ସେହି ବିସ୍ଫୋରଣରେ ହୋଇଥିବା ଆହତଙ୍କର ଡାକ୍ତରଖାନାରେ ଚିକତ୍ସା ହେଉଥିଲା |
ସୂଚନା ଅନୁଯାୟୀ,ଗତ କାଲି ମାଳତୀ ମହାକୁଡ଼ ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ରେ ମୃତ୍ୟୁ ହୋଇଥିଲା | ଏହି ଖବର ମିଳିବ ପରେ ନାବାଳକ ପୁଅ ଦ୍ରୋଣ ମହାକୁଡ଼ ଗତ ରାତିରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ବେଲପଡା ପୋଲିସକୁ ସୂଚନା ମିଳିବ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା | ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବେଲପଡା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି | ଘଟଣା ଖବର ପାଇ ବେଲପଡା ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି |