Pratidin TV

Odisha's Digital News Platform

ପାଣ୍ଡିଆନଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହେଲେ ସତୀଶ ଚନ୍ଦ୍ର ସାମଲ

1 min read

ଭିକେ ପାଣ୍ଡିଆନଙ୍କ ପରେ ସତୀଶ ଚନ୍ଦ୍ର ସାମଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଅତିରିକ୍ତ ସଚିବ କାର୍ତିକ ପାଣ୍ଡିଆନ ରହିଥିଲେ | ବର୍ତ୍ତମାନ ନୂଆ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ସତୀଶ ଚନ୍ଦ୍ର ସାମଲ |

ସେହିପରି ବିନୋଦ ବିହାର ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି | ପୂର୍ବରୁ ଯୋଜନା ଓ ସଂଯୋଜନା ବିଭାଗରେ କାର୍ଯ୍ୟରତ ଥିଲେ ବିନୋଦ ବିହାରୀ ସିଂ | ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି | ତେବେ ବର୍ତ୍ତମାନ ନୂଆ ସରକାର ଗଠନ ହୋଇଥିବା ବେଳେ ଜଣେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ନିଯୁକ୍ତି | ଆଉ କିପରି ଭାବେ ଜନସାଧାରଙ୍କ କାର୍ଯ୍ୟ ସୁବିଧା ସରଳ ହୋପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ବଡ ବଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଉଛି | ପୋଲିସଙ୍କ ଠାରୁ ଆରମ୍ଭ କରି IAS ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ |

Advertisement

Leave a Reply

Your email address will not be published. Required fields are marked *