Pratidin TV

Odisha's Digital News Platform

ଲୁଟ୍ ପରେ ମହିଳାଙ୍କ ତଣ୍ଟି କାଟି ଚାଲିଗଲେ ର୍ଦୁବୁତ୍ତ !

1 min read

ବାଲେଶ୍ୱର ; ଲୁଟ ପରେ ମହିଳାଙ୍କୁ ହତ୍ୟା ସନ୍ଦେହ ! ଜଳେଶ୍ଵର ଥାନା ଅନ୍ତର୍ଗତ ସରସିଦା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲୁଟ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ସ୍ଵାମୀ। ଘଟଣାର ତଦନ୍ତ କରୁଛି ଜଳେଶ୍ୱର ପୋଲିସ।

ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ସ୍ୱାମୀ ଅଦୈତ୍ୱ ଦାସ ଦୋକାନ ବନ୍ଦ କରି ଘରକୁ ଫେରିବା ପରେ ହରପ୍ରିୟାଙ୍କ ରକ୍ତାକ୍ତ ଅବସ୍ଥାରେ ମୁହଁ ମାଡି ପଡିବାଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ଡାକିବା ପରେ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ର୍ଦୁଭାଗ୍ୟ ବସତ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବାକ୍ସ ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଗହଣା ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।

Advertisement

ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏ ବାବଦ ରେ ଛାନ ଭିନ କରିଛି। କିନ୍ତୁ ଲୁଟ୍ ପାଇଁ ହତ୍ୟା କରାଯାଇଛି ନା ହତ୍ୟାକୁ ଲୁଚାଇବା ପାଇଁ ଏଭଳି ଲୁଟର ରୂପ ଦିଆଯାଇଛି ତାହା ଏବେ ସନ୍ଦେହ ଘେରରେ ।

Leave a Reply

Your email address will not be published. Required fields are marked *