Pratidin TV

Odisha's Digital News Platform

ଭୃଗୁଙ୍କ ସର୍ଭେ ରିପୋର୍ଟ ଦେଖି ପ୍ରଦୀପ ଛାନିଆ, ବ୍ରହ୍ମପୁରରେ କିଏ ଛିଡ଼େଇବ କାହା ଲେଖା ?

1 min read

ପ୍ରଦୀପଙ୍କ ଚିନ୍ତା ବଢ଼ାଇଲେ ଭୃଗୁବକ୍ସି ପାତ୍ର | ଦଳ ଅଦଳବଦଳ କରି ଭୃଗୁ ହାତେଇପାରନ୍ତି ଲୋକସଭା ଆସନ | କାରଣ ୨00୯ ଠାରୁ ଏହି ଆସନଟି ବିଜେଡି ଖଟରେ ଥିବା ସମୟରେ ସର୍ଭେ ରିପୋର୍ଟ ଦେଇଛି ସାଙ୍ଘାତିକ ତଥ୍ୟ | ଏହି ରିପୋର୍ଟ ପ୍ରଦୀପଙ୍କୁ ଲାଗିଛି ଝଟକା |

ତେବେ ଚଳିତ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିରୁ ଭୃଗୁବକ୍ସି ପାତ୍ର ବିଜେପିରୁ ପ୍ରଦୀପ ପାଣଗ୍ରାହୀ ଏବଂ କଂଗ୍ରେସରୁ ରଶ୍ମି ରଞ୍ଜନ ଛିଡା ହୋଇଥିଲେ | ଭୃଗୁବକ୍ସି ପାତ୍ର ଓ ପ୍ରଦୀପ ପାଣଗ୍ରାହୀ ହେଉଛନ୍ତି ଆମଦାନୀ ନେତା ଜଣେ ବିଜେପିରେ ଥିବା ସମୟରେ ବିଜେଡିରେ ଯୋଗ ଦେଇଥିଲେ ଓ ଅନ୍ୟ ଜଣେ ବିଜେଡିରେ ଛାଡି ବିଜେପିରେ ମିଶିଥିଲେ | ଫଳରେ ଗୋଳମାଳ ହୋଇଛି ଲୋକସଭା ଗଣିତ | ତେବେ ରଣନୀତିର ଅଙ୍କ କଷୁଥିବା ଦଳ ଭିତରେ ବର୍ତ୍ତମାନ ସର୍ଭେ ରିପୋର୍ଟ ଆସିଛି | ପୂର୍ବାନୁମାନ କରିଛି ପ୍ରଗତିବାଦୀ |

Advertisement

ବ୍ରହ୍ମପୁର ଲୋକସଭାରେ ବିଜେଡି ପୁଣି ଥରେ ଗଡ଼ ହାତେଇବାର ସଂକେତ ଦେଇଛି | ୧୯୯୯ ମସିହାରେ ବିଜେଡି ବିଜେପି ମେଣ୍ଟ ପ୍ର ଠାରୁ ବ୍ରହ୍ମପୁର ଆସନ ବିଜେପି ହାତକୁ ଯାଇଥିଲା | ପରେ ୨00୪ରେ ଏହା କଂଗ୍ରେସ ହାତକୁ ଯାଇଥିଲା | କିନ୍ତୁ ୨00୯ ଠାରୁ ବିଜେଡି ଖଟରେ ଥିବା ବେଳେ ବିଜେଡିର ଶକ୍ତି ବଢିଥିଲା | ୨0୧୯ରେ ମଧ୍ୟ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ବିଜେଡି ୫ଟି ବିଧାନସଭା ଆସନ ହାତେଇଥିଲା | ବିଜେପି ଗୋଟିଏ ଏବଂ କଂଗ୍ରେସ ଗୋଟିଏ ଆସନ କରିପାରିଥିଲା | ତେବେ ଚକଲିତ ନିର୍ବଚନରେ ମଧ୍ୟ ଏହି ଅଙ୍କ ଆଗକୁ ବଢିବା ନେଇ ଆଶଙ୍କା କରାଯାଉଛି |

Leave a Reply

Your email address will not be published. Required fields are marked *