Pratidin TV

Odisha's Digital News Platform

(ଭିଡିଓ) ଓଲିଉଡରେ ଲାଗିଗଲା କି ଗ୍ରହଣ? ସିସିଟିଭ ଭିଡିଓ ଦେଖି ଟୁଟୁଙ୍କ ନାଁ ଏଭଳି କହିଲେ ..

ଓଲିଉଡରେ ଲାଗିଗଲା କି ଗ୍ରହଣ? କଣ ଚାଲିଛି ଆମ ଓଡିଆ ଇଣ୍ଡଷ୍ଟ୍ରିରେ । ଗୋଟେ ପରେ ଗୋଟେ ବିବାଦ ଭିତରେ ଛନ୍ଦି ହୋଇଗଲାଣି ଓଲିଉଡ ଇଣ୍ଡଷ୍ଟ୍ରି । ଫିଲ୍ମ ପ୍ରୟୋଜକ ଟୁଟୁ ନାୟକଙ୍କ ଗିରଫ ପରେ ଏଭଳି କିଛି କହିଲେ ଅଭିନେତା ମନୋଜ ପଣ୍ଡା । ସମ୍ବାଦିକ ମାନଙ୍କୁ କଳାକର ମାନେ ଟିକେ ଅଣଦେଖା କରନ୍ତି । ସେ କହିଛନ୍ତି ଆମେ ଆଜି ଯେଉଁଠି ଅଛୁ କେବଳ ସେମାନଙ୍କ ଯୋଗୁଁ ଏବଂ ସେମାନଙ୍କ ପାଇଁ ପହଞ୍ଚି ପାରିଛୁ । ସମ୍ବାଦିକଙ୍କୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଟୁଟୁ ନାୟକଙ୍କୁ ନେଇ ସେ କହିଛନ୍ତି ଯେ ଯେଉଁ ଭିଡିଓ କ୍ଲିପଟି ବାହାରକୁ ଆସିଛି ସେଥିରେ କେଉଁଠି ଜଣା ପଡୁ ନାିିଁ ଯେ ସେ ସାମ୍ବାଦିକାଙ୍କୁ ଅସଦାଚରଣ କରିଛନ୍ତି ବୋଲି । ପୋଲିସ ସମ୍ପୂର୍ଣ୍ଣ ରୂପେ ତଦନ୍ତ କରୁ କିନ୍ତୁ ହଠାତ୍ ତାଙ୍କୁ ଗିରଫ କରିବା ଠିକ ହେଲା ନାହିଁ । ସେ କଣ ଅପରାଧୀ । ଟୁଟୁ ଜଣେ ଭଲ ପରିବାରରୁ ଆସିଛନ୍ତି । ତେବେ ଯାହା ବି ହେଉ ନା କାହିଁକି ଯଥାଶୀଘ୍ର ଏହାର ସମାଧାନ ହେଉ । ଏବଂ ପୂର୍ବ ଭଳି ଓଲିଉଡର ପରିବେଶ ଫେରି ଆସୁ ।

Leave a Reply

Your email address will not be published. Required fields are marked *