Pratidin TV

Odisha's Digital News Platform

ଜନଶୁଣାଣୀ ବନ୍ଦକରି ୨ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

1 min read

ଆଜି ଅଭିଯୋଗ ଶୁଣାଣି ବନ୍ଦ କରି ବାତ୍ୟାର ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ପ୍ରତ୍ୟକଟି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ସହ ବାତ୍ୟା ପରେ ବିଶ୍ରାମ ନୁହେଁ ବରଂ ଆକ୍ଟିଭ ମୋଡ଼ ରେ ସମସ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ କଲେ | ଆଜି ମୁଖ୍ୟମନ୍ତ୍ରୀଙ୍କ ଶୁଣାଣି ସ୍ଥଗିତ ରଖାଯାଇଛି | ବାତ୍ୟାର ସାହାଯ୍ୟ ଓ ପୁନରୁଦ୍ଧାରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ହେବାକୁ ଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଅନ୍ୟପଟେ ଜିଲ୍ଲପାଳଙ୍କୁ ଆକ୍ଟିଭ ମୋଡ଼ରେ କାମ କରିବା ଆପି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ |

ହେଲିକେପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଆସନ୍ତା ୨ ତାରିଖ ସୁଦ୍ଧା ବନ୍ୟାଞ୍ଚଳ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସିଙ୍କ କାର୍ଯ୍ୟଳୟରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି | ଏହି ରଫୀପୋର୍ଟ ପରେ କ୍ଷୟକ୍ଷତିର ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସମୁଦାୟ ୬ ହଜାର ୨୧0 ଟି ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ପ୍ରାୟ ସମସ୍ତେ ନିଜ ଘରକୁ ଚାଲିଯାଇଥିବା କଥା କହିଛନ୍ତି | ଯେଉଁ କେତୋଟି ପଂଚାୟତରେ ପାଣି ଜମିଛି ସେଠାକାର ଲୋକମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି | ୪୭0 ଆଶ୍ରୟସ୍ଥଳୀରେ ୩0 ହଜାର ଲୋକ ଆଶ୍ରୟ ନେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *