Pratidin TV

Odisha's Digital News Platform

ଶପଥ ପରେ ଆକ୍ସନ ମୋଡ଼ରେ ମୋଦି, ମନ୍ତ୍ରୀଙ୍କୁ ଦେଲେ ଟାସ୍କ

1 min read

ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଗତକାଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି। ଶପଥ ନେବା ପରେ ଆକ୍ସନ ମୋଡ଼ରେ ନରେନ୍ଦ୍ର ମୋଦି | ନିଆଁ ମନ୍ତ୍ରୀଙ୍କୁ ଦେଇଛନ୍ତି ଟାସ୍କ | ସପ୍ତାହର ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ ଛାଡି ବାହାରକୁ ନ ଯିବାକୁ ଦେଲେ ନିର୍ଦ୍ଦେଶ |

ତେବେ ଏକ ସାକ୍ଷାତକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାଞ୍ଝୀ କହିଛନ୍ତି ଏଥର ପୂର୍ବ ଅପେକ୍ଷା କଡା ପଦକ୍ଷପ ଗ୍ରହଣ କରିବାକୁ ପଡିବ | ଆସନ୍ତା ୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱ ଅର୍ଥନୀତି ରେ ତୃତୀୟ ସ୍ଥାନକୁ ଆଣିବାକୁ ପ୍ରଧାନମନ୍ତ୍ରୀ ଦୃଢ ସଂକଳ୍ପ ନେଇଛନ୍ତି |

Advertisement

ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦେଇଛନ୍ତି | ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ସପ୍ତାହର ପ୍ରଥମ ଚାରି ଦିନ ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର କୌଣସି ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଛାଡି ନ ଯିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ,ମୋଦୀଙ୍କ ସହ ୭୧ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ଚାର୍ଜ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେଥିମଧ୍ୟରୁ ୨୭ ଜଣ OBCର ହୋଇଥିବାବେଳେ ୧୦ଜଣ ଏସସି ବର୍ଗରୁ ହୋଇଛନ୍ତି | ଏହା ସହିତ ମୋଦୀ କ୍ୟାବିନେଟରେ ୧୮ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀ ସରକାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହିତ ଏନଡିଏ ସହଯୋଗୀମାନଙ୍କର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଏହି ନିର୍ବାଚନରେ ​​ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ, ତଥାପି ଏହାର ନେତୃତ୍ୱାଧୀନ ଏନଡିଏ ମିଳିତ ଦଳ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *