Pratidin TV

Odisha's Digital News Platform

ଆକ୍ରମଣ ପରେ କାନ ବ୍ୟାଣ୍ଡେଜ୍‌ କରି ପ୍ରଥମ ଥର ପାଇଁ ସର୍ବ ସାଧାରଣ ସମ୍ମୁଖକୁ ଆସିଲେ ଟ୍ରମ୍ପ

1 min read

ପେନସିଲଭାନିଆ ରାଲିରେ ହୋଇଥିବା ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପ ସୋମବାର ପ୍ରଥମ ଥର ପାଇଁ ସର୍ବସାଧାରଣ ସମ୍ମୁଖକୁ ଆସିଛନ୍ତି | ଇୟରପ୍ଲଗ୍ ସହିତ ରିପବ୍ଲିକାନ୍ ନ୍ୟାସନାଲ କନଭେନସନ୍ (RNC) ରେ ପହଞ୍ଚିଥିଲେ | ଏହି ସମୟରେ ଲୋକମାନେ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ୍ ଥିବା ଦେଖାଯାଇଥିଲା | ଏହି ଆକ୍ରମଣର 48 ଘଣ୍ଟା ପରେ ରିପବ୍ଲିକାନ୍ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିଚି।

ଟ୍ରମ୍ପ ମଞ୍ଚରେ ଆବିର୍ଭାବ ହେବ ସମୟରେ ସଂଗୀତଜ୍ଞ ଲି ଗ୍ରୀନଉଡ୍ “ଗଡ୍ ବ୍ଳେଓ୍‌ ୟୁଏସ୍‌ଏ” ଗାଇଥିଲେ ଏବଂ ସେଠାରେ ଉପସ୍ଥିିତ ସମ‌ସ୍ତେ ଆନନ୍ଦିତ ହୋଇଥିଲେ। ଏହି ସମୟରେ ଟ୍ରମ୍ପ ଆରଏନସିରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଆମେରିକା-ଆମେରିକାର ସ୍ଲୋଗାନ ଦେଇଥିଲେ। ଏଥିସହ ଲୋକମାନେ ଟ୍ରମ୍ପଙ୍କ ପରି ଆକାଶରେ ହାତମୁଠା ଦେଖାଇଥିଲେ |

ଶନିବାର ପେନ୍ସିଲଭେନିଆର ବଟଲରରେ ଟ୍ରମ୍ପଙ୍କ ରାଲି ଉପରକୁ ଗୁଳିଚାଳନା ହୋଇଥିଲା | ତାଙ୍କୁ ହତ୍ୟା ଉଦ୍ୟମ ବେଳେ ତାଙ୍କ କାନରେ ଗୁଳି ବାଜିଥିଲା। ଏବେ ଟ୍ରମ୍ପ୍‌ଙ୍କ ଡାହଣ ପକ୍ଷ କାନ ବ୍ୟାଣ୍ଡେଜ୍‌ ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *