Pratidin TV

Odisha's Digital News Platform

ସରକାର ବଦଳିବା ପରେ ପୁରୀ ଶ୍ରୀମନ୍ଦିରରେ କଟିଲା ବିଜୁଳି

1 min read

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକିତ କରାଯାଇଥିଲା | ଶ୍ରୀମନ୍ଦିରକୁକ ଆଲୋକୀକରଣ ପାଇଁ ସମଗ୍ର ପାର୍ଶ୍ୱରେ ଏକାଧିକ ଲାଇଟର ବ୍ୟବସ୍ଥା କରାଯାଇଥିଲା | ଏପରି ଆଲୋକୀକରଣ ହୋଇଥିଲା ଯେ ମେଘନାଥ ପାଚେରୀ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା | ଘନ ଅନ୍ଧାରରେ ମଧ୍ୟ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା |

ତେବେ ବର୍ତ୍ତମାନ ସେହି ଆଲୋକୀକରଣକୁ ବନ୍ଦ କରିଦିଆଯାଇଛି | ଶ୍ରୀମନ୍ଦିର କୁରୁମା ବେଢାରେ ମଧ୍ୟ ଏହି ଲାଇଟ ଲଗାଯାଇଥିଲା | କିନ୍ତୁ ସରକାର ବଦଳିବା ପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି | ପୂର୍ବ ପରି ଶ୍ରୀମନ୍ଦିରର ଆଲୋକ ଆଉ ଦିଶୁନାହିଁ | ଜାଣିଶୁଣି ଠିକାଦାର ଏପରି ଆଲୋକୀକରଣ ବ୍ୟବସ୍ଥା ବନ୍ଦ କରଯାଇଛି କିମ୍ବା ଏହାକୁ ଖୋଲି ନିଆଯାଇଛି ବୋଲି ଏପରି ଅଭିଯୋଗ ଆସିଛି |

Advertisement

ତେବେ ଶ୍ରୀମନ୍ଦିରର ଉତ୍ତର, ଦକ୍ଷିଣ,ପଶ୍ଚିମ, ଓ ପୂର୍ବ ଦ୍ୱାରରେ ବଷକସ ଲାଇଟ ଲାଗିଥିଲା ଯାହା ମେଘନାଥ ପାଚେରୀରୁ ଆରମ୍ଭ କରି ନୀଳଚକ୍ର ପର୍ଯ୍ୟନ୍ତ ଏହା ଦୃଶ୍ୟମାଁ ହେଉଥିଲା | ତେବେ ଶୁଣିବାକୁ ମିଳୁଛି ଯେ, ୪ ତାରିଖ ଫଳାଫଳ ଆସିବା ପରେ ଏହି ଲାଇଟକୁ ସେଠିକାର ଠିକାଦାର ଖୋଲି ନେଇଯାଇଛି | ଫ୍ଲରେଶ୍ରୀମନ୍ଦିର ଅନ୍ଧକାରମୟ ହୋଇଯାଚି | ଏହାଯୋଗୁଁ ଭକ୍ତ ଏବଂ ସେବାୟତମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି | ତୁରଂତ ଏହି ଆଲୋକୀକରଣ ବ୍ୟବସ୍ଥାକୁ ଚାଲୁ ରଖିବା ନେଇ ଦାବି କରଯାଇଛି |

Leave a Reply

Your email address will not be published. Required fields are marked *