Pratidin TV

Odisha's Digital News Platform

‘ପୁଅ ମୃତ୍ୟୁ ପରେ ଭଗବାନଙ୍କ ଉପରୁ ଉଠିଗଲା ବିଶ୍ୱାସ’…..ଏପରି କହି ନିଜ ଦୁଃଖ ପ୍ରକାଶ କରିଛନ୍ତ୍ତି ଶେଖର ସୁମନ

1 min read

ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ଶେଖର ସୁମନ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି | ତେବେ ଏହି ଅଭିନେତା ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଧାରାବାହିକ ‘ହିରାମାଣ୍ଡି’ରେ ନଜର ଆସିଛନ୍ତି, ଯେଉଁଥିରେ ସେ ଜଣେ ବଡ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଧାରାବାହିକ ଏବଂ ଏଥିରେ ଦେଖାଯାଇଥିବା ସମସ୍ତ କଳାକାରଙ୍କ ଚରିତ୍ରଗୁଡିକ ବହୁତ ପସନ୍ଦ କରାଯାଇଛି, ଯାହାର ସଫଳତା ସାମ୍ନାରେ ଦେଖିବାକୁ ମିଳୁଛି |

ଏହି ସମୟରେ ଶେଖର ସୁମନ ତାଙ୍କ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଖବର ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଏହି ଅଭିନେତା ସେହି ସମୟକୁ ମନେ ପକାଇଲେ ଯେତେବେଳେ ସେ ତାଙ୍କ ସାନ ପୁଅ ଆୟୁଷଙ୍କୁ ହରାଇଥିଲେ | ମାତ୍ର ୧୧ ବର୍ଷ ବ୍ୟାରେ ଚାଲିଗଲା ଜୀବନ | ବାସ୍ତବରେ ଆୟୁଷ ବଡ ରୋଗରେ ଅସୁସ୍ଥତା ହେତୁ ମୃତ୍ୟୁବରଣ କରିଥିଲେ। ସେହି ହୃଦୟ ବିଦାରକ ମୁହୂର୍ତ୍ତକୁ ମନେ ପକାଇ ଶେଖର କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା, ସେତେବେଳେ ନିର୍ଦ୍ଦେଶକ ତାଙ୍କୁ ସୁଟିଂ ପାଇଁ ଆସିବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ପୁଅ ଚାହୁଁ ନଥିଲେ।

ସେହି ଯନ୍ତ୍ରଣାଦାୟକ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇ ଅଭିନେତା କହିଥିଲେ ଯେ ତାଙ୍କ ପୁଅ ସୁଟିଂ ପାଇଁ ନ ଯିବାକୁ ଅନୁରୋଧ କରିଥିଲା । କିନ୍ତୁ ସେ ଶୀଘ୍ର ପଳାଇ ଆସିବେ ବୋଲି ଆୟୁଷକୁ କହିଥିଲେ | ସେ ଶୀଘ୍ର ଆସିଯାଇଥିଲେ ହେଲେ ତାଙ୍କ ପୁଅ ଚାଲିଯାଇଥିଲା ଆରପାରିକୁ | ଆୟୁଷଙ୍କ ଦେହାନ୍ତ ପରେ ଶେଖର ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ହରାଇଦେଇଛନ୍ତି । କେବଳ ଏତିକି ନୁହେଁ ସେ ତାଙ୍କ ଘରୁ ସମସ୍ତ ଧାର୍ମିକ ଫଟୋ ମୂର୍ତ୍ତି ଆଦିକୁ ହଟାଇଦେଇଛନ୍ତି । ଏଫଏମ କାନାଡା ସହ କଥାବାର୍ତ୍ତା ବେଳେ ଶେଖର କହିଥିଲେ, ‘ଦିନେ ପ୍ରବଳ ବର୍ଷା ହୋଇଥିଲା ଏବଂ ଆୟୁଷ ଅସୁସ୍ଥ ଥିଲେ। ମୋ ପୁଅ ଗୁରୁତର ଥିବା ଜାଣି ମଧ୍ୟ ନିର୍ଦ୍ଦେଶକ ମୋତେ ସୁଟିଂ ପାଇଁ ଆସିବାକୁ ଅନୁରୋଧ କରିଥିଲେ।

‘ମୁଁ ତାଙ୍କୁ ମଧ୍ୟ କହିଥିଲି ଯେ ମୁଁ ଆସି ପାରିବି ନାହିଁ। ସେ କହିଥିଲେ ଦୟାକରି ଆସନ୍ତୁ ଅନ୍ୟଥା ମୁଁ ଏକ ବଡ କ୍ଷତି ସହିବି, ଯାହା ପରେ ମୋତେ ଯିବାକୁ ପଡିଲା | ମୁଁ ଯିବାବେଳେ ଆୟୁଷ ମୋ ହାତ ଧରି କହିଲା, ପାପା, ଦୟାକରି ଆଜି ଯାଅ ନାହିଁ | ମୁଁ ତା ହାତ ଛାଡି କହିଲି ମୁଁ ଶୀଘ୍ର ଫେରିବି | ମୁଁ ସେହି ମୁହୂର୍ତ୍ତକୁ କେବେବି ଭୁଲି ପାରିବି ନାହିଁ | ଏହା ପରେ ଆମେ କେବେ ଭେଟିଲୁ ନାହିଁ | ଶେଖର କହିଥିଲେ ଯେ ଆୟୁଷଙ୍କ ବିୟୋଗ ପରେ ସେ ଭଗବାନଙ୍କ ଉପରେ ବିଶ୍ୱାସ ହରାଇଛନ୍ତି, ଏହା ପରେ ସେ ତାଙ୍କ ଘରର ମନ୍ଦିର ବନ୍ଦ କରି ସମସ୍ତ ମୂର୍ତ୍ତିଗୁଡ଼ିକୁ ଫିଙ୍ଗିଦେଲେ | ସେ କହିଥିଲେ ମୁଁ ଭଗବାନଙ୍କ ନିକଟକୁ ଯିବି ନାହିଁ ଯିଏ ମୋତେ ଏତେ ଯନ୍ତ୍ରଣା ଦେଇଛି |

Leave a Reply

Your email address will not be published. Required fields are marked *