Pratidin TV

Odisha's Digital News Platform

ନିର୍ବାଚନ ପରେ ନବୀନଙ୍କ ଫିଟନେସ୍‌କୁୁ ନେଇ ଚର୍ଚ୍ଚା ।

ନିର୍ବାଚନ ହାରିବା ପରଠୁ ରାଜ୍ୟରେ ନବୀନଙ୍କୁ ନେଇ ପ୍ରବଳ ଚର୍ଚ୍ଚା । କାରଣ ନିର୍ବାଚନ ପରେ ଏବେ ନବୀନ ପୁରା ଫିଟ୍ ନଜର ଆସୁଛନ୍ତି । ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ନିଜେ ମୁହଁ ଖୋଲି କହିଛନ୍ତି । ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୋରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ସାଧାରଣତ ଦେଖିବାକୁ ମିଳୁନଥିଲା ।

ତାଙ୍କ ଟିକେ ଝଲକ୍ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ଜନତା । କେଉଁଠି ହାତ ଥରିବାର ଭିଡିଓତ କେଉଁଠି ଠିକସେ ଚାଲିନପାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । କିନ୍ତୁ ବର୍ତ୍ତମାନ ନବୀନ ପୁରା ଫିଟ୍ ଆଣ୍ଡ ଫାଇନ୍ ଲାଗୁଛନ୍ତି ନବୀନ । କଥା ପୁରା ସ୍ପଷ୍ଟ ଆଉ କାମବି ପୁରା ବରାବର । ପୂର୍ବରୁ ନବୀନଙ୍କ ଛାଇ ଭଳି ରହି ନବୀନଙ୍କ ସବୁ କାର୍ଯ୍ୟ କରୁଥିଲେ ଭିକେପାଣ୍‌ଡିଆନ । କିନ୍ତୁ ଦଳ ପରାଜିତ ହେବା ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ପାଣ୍ଡିଆନ । ଆଉ ଏବେ ନିଜର ସବୁ କାର୍ଯ୍ୟ ନିଜେ କରୁଛନ୍ତି ସେ ।

Leave a Reply

Your email address will not be published. Required fields are marked *