Pratidin TV

Odisha's Digital News Platform

ଫିଲ୍ମ ପରେ ଏବେ ଯାତ୍ରା ଅପେରାକୁ ବିରୋଧ କଲେ କୋଶଳ ସେନା…

1 min read

ଫିଲ୍ମ ପରେ ଏବେ ପୁଣି ଅପେରାକୁ ବିରୋଧ । ଯାତ୍ରା ପେଣ୍ଡାଲ ଉପରେ ଅପେରାକୁ ବିରୋଧ କରି ନାରା ଲଗାଇଲେ କୋଶଳ ସେନା । ଜୟ କୋଶଳ କହି ଦେଲେ ବିଭାଜନର ସଙ୍କେତ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପୁଟୁରୁପାଲି ଗାଁରେ ଯାତ୍ରା ମଞ୍ଚରେ ଜୟ କୋଶଲ ନାରା ଲଗାଇଲା କୋଶଲ ସେନା । ମାଆ ଜଗତଜନନୀ ଅପେରା ପାର୍ଟିକୁ ଯାତ୍ରା ଆରମ୍ଭରୁ ବିରୋଧ କରିବା ସହ ଜୟ କୋଶଲ ନାରା ଦେଇ ଯାତ୍ରା ବନ୍ଦ କରି ଦିଆଯାଇଛି । ପୂର୍ବରୁ ବଲାଙ୍ଗୀରର ବେଲପଡ଼ା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ଯାତ୍ରା ମଞ୍ଚରେ ଆଙ୍କରଙ୍କୁ ଜୟ କୋଶଲ କୁହାଯିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ଓଲିଉଡ କଳାକାରଙ୍କ କଳିକୁ ନେଇ ଓଡିଆ ସିନେମା ପରେ ଏବେ ଯାତ୍ରା ମଞ୍ଚରେ ଏପରି ବିବାଦ ବଢ଼ିବାରେ ଲାଗିଛି । ଆଓଉ ଏଥିପାଇଁ ସମସ୍ତେ ଅଭିନେତା ମନୋଜ ମିଶ୍ରଙ୍କୁ ଦାୟୀ କରିଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

Advertisement

Leave a Reply

Your email address will not be published. Required fields are marked *