ବିମାନ ପରେ ଏବେ ଟାର୍ଗେଟରେ ଗୁଜୁରାଟର ୧୦ଟି ପଞ୍ଚ ତାରକା ହୋଟେଲ; ଇମେଲ ଜରିଆରେ ବୋମା ଧମକ
1 min readବିମାନ ପରେ ଏବେ ହୋଟେଲକୁ ବୋମା ଧମକ । ଗୁଜରାଟର ରାଜକୋଟରେ କିଛି ଫାଇଭ୍ ଷ୍ଟାର ହୋଟେଲ ସମେତ ମୋଟ୍ ୧୦ଟି ହୋଟେଲକୁ ଇମେଲ୍ ଯୋଗେ ବୋମା ବିସ୍ଫୋରଣ ଧମକ ମିଳିଛି । ଇମ୍ପେରିଆଲ ପ୍ୟାଲେସ୍, ସାୟାଜି ହୋଟେଲ୍, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍ ରିଜେନ୍ସି ହୋଟେଲକୁ ଟାର୍ଗେଟ୍ କରାଯାଇଛି । ରାଜକୋଟ ପୁଲିସ ଏହି ଘଟଣାରେ ତଦନ୍ତ କରୁଛି ।
ଟାର୍ଗେଟ୍ କରାଯାଇଥିବା ହୋଟେଲ ଗୁଡ଼ିକରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି । ଇମେଲ୍ ଦ୍ୱାରା ବୋମା ବିସ୍ଫୋରଣ ହେବା ନେଇ ଯେଉଁ ଧମକ ଦିଆଯାଇଛି ସେଥିରେ ଲେଖାଯାଇଛି, ମୁଁ ହୋଟେଲର ପ୍ରତି ସ୍ଥାନରେ ବୋମା ଖଞ୍ଜିଛି । କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ ଏବଂ ଅନେକ ନିରୀହଙ୍କ ଜୀବନ ଯିବ । ଖୁବଶୀଘ୍ର ହୋଟେଲ୍ ଖାଲି କର । ପାର୍ବଣ ଋତୁ ସମୟରେ ଏଭଳି ଧମକ ମିଳିଥିବାରୁ ହୋଟେଲ୍ରେ ରହୁଥିବା ଲୋକଙ୍କର ଚିନ୍ତା ବଢ଼ିଛି ।
ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ମଧ୍ୟ ୩ଟି ପ୍ରମୁଖ ହୋଟେଲକୁ ବୋମା ଧମକ ମିଳିଛି । ଏହି ଧମକ ମିଳିବା ପରେ ପୁଲିସ ଏବଂ ସ୍ନାଇଫର ଡଗ୍ ହୋଟେଲରେ ସର୍ଚ୍ଚ ଅପରେସନ୍ କରିଥିଲେ । ତେବେ ଏହା ମିଥ୍ୟା ଧମକ ବୋଲି ପୋଲିସ ସ୍ପଷ୍ଟ ହୋଇଛି । ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାବେଳେ ଏବେ ପୁଣି ହୋଟେଲକୁ ବୋମା ଧମକ ମିଳିଛି ।
ସୂଚନାନୁସାରେ, ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାବେଳେ ଏବେ ପୁଣି ହୋଟେଲକୁ ବୋମା ଧମକ ମିଳିଛି। ଶୁକ୍ରବାର ସ୍ପାଇସ ଜେଟ୍, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ୨୭ ବିମାନକୁ ବୋମା ଧମକ ମିଳିଥିଲା। ଏହା ପୂର୍ବରୁ ଗୁରୁବାର ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା, ସ୍ପାଇସ ଜେଟ୍, ଆଲିଆନ୍ସ ଏୟାର ଏବଂ ଆକାଶ ଏୟାରର ୯୫ଟି ବିମାନକୁ ଏଭଳି ବୋମା ଧମକ ମିଳିଥିଲା।