ଅପରେସନ ପରେ କଟକ ଏସସିବି କାଢ଼ିଦେଲା,କଷ୍ଟ ସହ୍ୟ କରି ନ ପାରି ସରକାରଙ୍କୁ ଇଚ୍ଛା ମୃତ୍ୟୁ ମାଗିଲେ ମହିଳା
1 min readମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ଜଳେଶ୍ୱର ର କାଞ୍ଚନ ନାୟକ । କଟକ ଏସସିବି ମେଡିକାଲ ଚିକିତ୍ସାଧିନ ଅବସ୍ଥା ରେ ଡିଶ୍ଚାର୍ଜ କରି ଦେବା ପରେ ସେ ଏବେ ଚିକିତ୍ସା ଅଭାବରୁ ବହୁ କଷ୍ଟ ଭୋଗୁଛନ୍ତି। ଅସହ୍ୟ କଷ୍ଟକୁ ସଜ୍ୟ କରି ନପାରି ସେ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛା ମୃତ୍ୟ ପାଇଁ ଆବେଦନ କରିଛନ୍ତି ।
“ହେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଇଚ୍ଛା ମୃତ୍ୟୁ ଅନୁମତି ଦିଅ। ଆଉ କଷ୍ଟ ସହି ହେଉନି , ମୋତେ ଏବେ ଆଶ୍ୱସ୍ତି ଦିଅ। ଓଡ଼ିଶାର ବଡ ମେଡିକାଲ କଟକ ଏସସିବି ମେଡିକାଲ ର ଅବ୍ୟବସ୍ଥା ମୋର କଷ୍ଟକୁ ଦ୍ଵିଗୁଣିତ କରିଦେଇଛି । ଅସ୍ତ୍ରୋପ୍ରଚାର କରିବାର ୪ ଦିନ ପରେ ମୋତେ ଚିକିତ୍ସା କରି ମୋତେ ବାହାର କରି ଦେଲେ। କାକୁତି ବିନତୀ ହୋଇ କହିଲି ମୋର କେହି ନାହାନ୍ତି । ମୋତେ ଏଠାରେ ଚିକିତ୍ସା କଲେ ଭଲ ହୋଇଯିବି ବୋଲି ଯେତେ କହିଲି ହେଲେ କେହି ଶୁଣିଲେ ନାହିଁ। ମୋତେ ଡିସଚାର୍ଜ କରିଦେଲେ । ଆଉ ମୁଁ ଚିକିତ୍ସା ଅଭାବରୁ ମୋର କଷ୍ଟ ବହୁତ୍ ବଢ଼ି ଯାଇଛି। ଯାହା ସହିବା ମୋ ପକ୍ଷେ ସମ୍ଭବ ନୁହେଁ ତେଣୁ ମୋତେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ।”
ଏମିତି କିଛି X ମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଏହି ଶଯ୍ୟା ସାୟୀ ମହିଳା ଜଣଙ୍କ ହେଉଛନ୍ତି ଜଳେଶ୍ୱର ପୌରଅଞ୍ଚଳର ୯ ନମ୍ବର ୱାର୍ଡ ବାସିନ୍ଦା କାଞ୍ଚନ ନାୟକ। ପ୍ରାୟ ୩୬ ବର୍ଷ ହେବ ଜଳେଶ୍ୱର ଏକୁଟିଆ ରହି ପ୍ରେସ ରେ କାର୍ଯ୍ୟ କରି ଆସୁଥିଲେ। ହେଲେ ଗତ ୧୫ ଦିନ ତଳେ ସେ ସିଡ଼ିରୁ ପଡ଼ିଯିବାରୁ ଗୋଡ, ଅଣ୍ଟା ଭାଙ୍ଗି ଯାଇଥିଲା। ପଡୋଶୀ ଲୋକ ତାଙ୍କୁ ପ୍ରଥମେ ଜଳେଶ୍ୱର ହସ୍ପିଟାଲ ପରେ କଟକ ନେଇ ଚିକିତ୍ସା କରାଇଥିଲେ। କଟକରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେବା ପରେ ମଧ୍ୟ ଅସ୍ତ୍ରୋପଚାର କରିନଥିଲେ । ଏନେଇ X ମାଧ୍ୟମରେ ମହିଳା ଜଣକ ଜଣାଇବା ପରେ X ଜରିଆରେ ବହୁ ୟୁଜର୍ସ କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ପରେ ତାଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା। ପରେ ତାଙ୍କୁ କୌଣସି ପ୍ରକାର ଚିକିତ୍ସା ନକରି ୪ ଦିନ ପରେ ଡିସଚାର୍ଜ କରିଦେବା ପରେ କାଞ୍ଚନ ଏବେ ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ତେଣୁ ସେ ଚିକିତ୍ସା ଅଭାବରୁ କଷ୍ଟ ପାଇବା ଅପେକ୍ଷା ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।