Pratidin TV

Odisha's Digital News Platform

ବର୍ଷା କମିବା ପରେ ବଢ଼ୁଛି ବନ୍ୟା ଆଶଙ୍କା, ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର

ରାଜ୍ୟରେ ଜାରି ରହିଛି ବର୍ଷା | ଆଜି ସକାଳୁ ଭୁବନେଶ୍ୱର ସମେତ କଟକ ସହରରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି | ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହିପରି ଭାବରେ ରାଜ୍ୟରେ ଆଉ ୨ଦିନ ବର୍ଷା ଲାଗିରହିବ | ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ | କାରଣ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ ଉତ୍ତର ଦିଗରେ ଝାରଖଣ୍ଡ ଆଡକୁ ଗତି କରିବ | ଯାହାଫଳରେ ଆଜି କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ |

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ଯେଉଁଥିପାଇଁ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି | ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ବାଲେଶ୍ୱର, କେଉଁଝର, ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ଏହାସହ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି | ସେପଟେ ପ୍ରବଳ ବର୍ଷା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି | ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ଜଳକା ନଦୀ ଭରିବାରେ ଲାଗିଛି | ବିପଦ ସଙ୍କେତ ଉପରେ ମଧ୍ୟ ପ୍ରଭାବିତ ହେଉଛି ନଦୀର ଜଳସ୍ତର | ଯାହାକୁ ନେଇ ଏବେ ଆତଙ୍କିତ ରହିଛନ୍ତି ନଦୀକୂଳିଆ ଲୋକେ | ତେବେ କିଛି ଦିନର ଲଗାଣ ବର୍ଷା ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି | ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି |

Leave a Reply

Your email address will not be published. Required fields are marked *