Pratidin TV

Odisha's Digital News Platform

ସାରଥୀ ପରେ ଭଣ୍ଡମାତାଙ୍କ ଜାଲରେ କେନ୍ଦ୍ରାପଡାବାସୀ ! ଥାନାକୁ ଆସିଲା ସଙ୍ଗୀନ ଅଭିଯୋଗ…..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଭଣ୍ଡ ବାବା ଙ୍କ ପରେ ଏବେ ଭଣ୍ଡ ମାତା ଙ୍କ ପଦ୍ରୁଭବ । ଜଣେ ଆତ୍ମଘୋଷିତ ମାତା ଙ୍କ ନାମ ରେ ସାଙ୍ଘାତିକ ଅଭିଯୋଗ ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁଦାନଗରୀ ଥାନା ଅନ୍ତର୍ଗତ ଅରଖକୁଦ କୁଦାନଗରୀ ପୀଠ ନିକଟରେ ଥିବା ଆକୁଳି ପରଂବ୍ରହ୍ମ ଆଶ୍ରମ ର ମୁଖ୍ୟ ସତ୍ୟଭାମା ରାଉତ ଙ୍କ ନାମ ରେ ସଂଗୀନ ଅଭିଯୋଗ ଆସିଛି ।

ଆତ୍ମଘୋଷିତ ମାତା ସତ୍ୟଭାମା ରାଉତ

ନରେନ୍ଦ୍ରପୁର ଅଞ୍ଚଳର ସାଗର ଗୋଛାୟତ ନାମକ ଯୁବକଙ୍କ ଶରୀର ଅସୁସ୍ଥ ଥିବା ସମୟରେ ଗତବର୍ଷ ତାଙ୍କ ମା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରୋଗ ଭଲ କରିବାକୁ ତାଙ୍କୁ ଆକୁଳି ପରଂବ୍ରହ୍ମ ଆଶ୍ରମ କୁ ଆଣିଥିଲେ । ମାତା ସତ୍ୟଭାମା ଯୁବକ ସାଗରଙ୍କୁ ପାଦୁକା ଦେଉଥିଲେ ବି ରୋଗ ଭଲ ହେବା ପରିବର୍ତ୍ତେ ଆହୁରି ବଢୁଥିଲାା

ମାତା ସତ୍ୟଭାମା, ସାଗରଙ୍କୁ କହିଥିଲେ ତାଙ୍କ ଘର ମାଟି ତଳେ ସୁନା ରୂପା ଅଛି । ଯାହା ଏକ ପୂଜା କରିବା ଦ୍ୱାରା ବାହାରିବ । ଏହି ଭଳି ପ୍ରଲୋଭନ ଦେଖାଇ ଦୁଇ ଲକ୍ଷ୍ୟ ଟଙ୍କା ଲୁଟି ନେଇଥିଲେ ଅକୁଲି ପରଂବ୍ରହ୍ମ ଆଶ୍ରମ ର ମାତା ସତ୍ୟଭାମା । ଶେଷରେ ଯୁବକ ଜଣଙ୍କ ଦୁଇ ଲକ୍ଷ୍ୟ ଟଙ୍କା ଦେବା ପରେ କୌଣସି ସୁଫଳ ମିଳିନଥିଲା କି ଘର ମାଟି ତଳୁ ସୁନା ରୁପା ବାହାରି ନଥିଲା । ଫଳରେ ସାଗର ନିଜେ ଠକାମୀର ଶିକାର ହୋଇଥିବା ଜାଣିପାରି କୁଦାନଗରୀ ଥାନାରେ ମାତା ସତ୍ୟଭାମାଙ୍କ ନାମରେ ଅଭିଯୋଗ କରିଛନ୍ତି । କିନ୍ତୁ ବାରମ୍ଭାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳିନାହିଁ । ସେପଟେ ମାତା ସତ୍ୟଭାମା ତାଙ୍କ ନାମରେ ଆସିଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି । ଆକୁଳି ବାବା କୁଆଡେ ଶିବଙ୍କ ଅବତାର ଥିଲେ ବୋଲି ମାତା ଅବାନ୍ତର ଯୁକ୍ତି ବାଢିଛନ୍ତି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ରାପଡା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସାଗର ଗୋଛାୟତ

Leave a Reply

Your email address will not be published. Required fields are marked *