ଜେଲରେ ସୁଗାର ସ୍ତର ୩୨୦କୁ ବୃଦ୍ଧି ହେବା ପରେ ହେଲା ବିପଜ୍ଜନକ ପରିସ୍ଥିତି….ଦିଆଗଲା ଇନ୍ସୁଲିନ
1 min readବାରମ୍ଵାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବ ଅଭିଯୋଗ ପରେ କେଜ୍ରିୱାଲଙ୍କୁ ଦିଆଯାଇଛି ଇନ୍ସୁଲିନ | ଟାଇପ୍-୨ ଡାଇବେଟିସ୍ ରୋଗୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦ କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଇଛି | ଏହା ଆମ ଆଦମୀ ପାର୍ଟି ପକ୍ଷରୁ ମିଳିଛି ସୂଚନା | ତେବେ ଗତକାଲି କେଜ୍ରିୱାଲ ଜେଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆଣିଥିଲା ସଙ୍ଗୀନ ଅଭିଯୋଗ |ସେ କହିଥିଲେ ଜେଲ୍ ପକ୍ଷରୁ ତାଙ୍କୁ ସ୍ୱାସ୍ଥ୍ୟ ବାବଦରେ ମିଛ ଡାଟା ଦିଆଯାଉଛି |
ଆପ୍ ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଥିଲା କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଜେଲ ଭିତରେ ଚାଲିଛି ଷଡ଼ଯନ୍ତ୍ର | ସେ ଜଣେ ଟାଇପ୍-୨ ମଧୁମେହ ରୋଗୀ ହୋଇ ମଧ୍ୟ ତାଙ୍କୁ ଜେଲ୍ରେ ଇନ୍ସୁଲିନ୍ ଦିଆଯାଉନାହିଁ | ଏପରିବ ଅଭିଯୋଗ କରି କି ପ୍ରକାରର ଷଡ଼ଯନ୍ତ୍ର ଚାଲିଛି ବୋଲି ଆପ୍ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ ପ୍ରଶ୍ନ କରିଥିଲେ।
ତେବେ ସୋମବାର କେଜ୍ରିୱାଲ ତିହାର ଜେଲ୍ର ଅଧୀକ୍ଷକଙ୍କୁ ଲେଖିଥିବା ଚିଠିରେ ୨୫୦ ରୁ ୩୨୦ ମଧ୍ୟରେ ତାଙ୍କର ଶର୍କରା ବଢ଼ିବା ବିପଜ୍ଜନକ ହୋଇଥିବାରୁ ସେ ଇନସୁଲିନ ପାଇଁ ଅନୁରୋଧ କରିଥିଲେ। ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିଲା |