Pratidin TV

Odisha's Digital News Platform

ନିର୍ବାଚନ ଜିତିବା ପରେ ଭାଇ ଭାଉଜ ଙ୍କ ଆଶୀର୍ବାଦ ନେଲେ ପୱନ କଲ୍ୟାଣ..

1 min read

ନିର୍ବାଚନ ଜିତିବା ପରେ ବଡ଼ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାଉଥ ଷ୍ଟାର । ଚଳିତ ନିର୍ବାଚନରେ ସାଉଥ  ସୁପରଷ୍ଟାର ପୱନ କଲ୍ୟାଣ ବିଜୟ ହାସଲ କରିଛନ୍ତି। ପୱନଙ୍କ ଜନସେବା ଦଳ ଆନ୍ଧ୍ରପ୍ରଦେଶରେ ୨ଟି ଲୋକସଭା ସିଟ୍‌ ଓ ୨୧ଟି ବିଧାନସଭା ସିଟ୍‌ରେ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ସହିତ ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ପୱନ ନିଜର ବିଜୟ ସହିତ ଦିଲ୍ଲୀରେ ଏନଡିଏ ମେଣ୍ଟ ବୈଠକରେ ସାମିଲ ହୋଇଥିଲେ।

ଏବେ ପୱନ କଲ୍ୟାଣ ହାଇଦ୍ରାବାଦ ଫେରିବା ପରେ ଭାଇ ଚିରଞ୍ଜୀବୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନାର ସହ ସ୍ୱାଗତ କରିଥିଲେ। ଯାହାର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ୱାଗତ କରିବା ବେଳେ ଭାଇ ଚିରଞ୍ଜୀବୀ ଓ ଭାଉଜଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପୱନ କଲ୍ୟାଣ। ଏହି ଭିଡିଓ କୁ ସମସ୍ତେ ପସନ୍ଦ କରିବା ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।  ପୱନ କଲ୍ୟାଣ ବିଜୟ ପରେ  ଫିଲ୍ମ ଜଗତର ସମସ୍ତ କଳାକାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Advertisement

Leave a Reply

Your email address will not be published. Required fields are marked *