Pratidin TV

Odisha's Digital News Platform

ଲୋକସଭା ନିର୍ଵାଚନରେ ବିଜୟୀ ହୋଇ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ କଳିକେଶ ..

୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଜ ଧର୍ମପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ସାଥୀ ସମର୍ଥକମାନଙ୍କ ସହ ମା’ ପାଟଣେଶ୍ୱରୀ ଏବଂ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ଆଜି ପହଂଚିଛନ୍ତି । କଳିକେଶ ବିଧାୟକ ପ୍ରାର୍ଥୀ ଭାବେ ଜୟଯୁକ୍ତ ହେବା ପରେ ବଲାଙ୍ଗିର ବିଜେଡ଼ି ଶିବିରରେ ବେଶ୍‌ ଉତ୍ସାହର ମାହୋଲ୍‌ ଦେଖିବାକୁ ମିଳିଛି । ମନ୍ଦିରରେ ପୂଜାର୍ଚ୍ଚନା ପରେ କଳିକେଶ କହିଛନ୍ତି ଯେ, ବଲାଙ୍ଗିରବାସୀଙ୍କ ଆଶୀର୍ବାଦରେ ମୁଁ ବିଜୟୀ ହୋଇଛି ।

ବଲାଙ୍ଗିରବାସୀ ସେମାନଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି କଳିକେଶ । ସେ କହିଛନ୍ତି ଯେ, ବଲାଙ୍ଗିରକୁ ସଂପୂର୍ଣ୍ଣ ବିକଶିତ କରିବାକୁ ତଥା ବଲାଙ୍ଗିରକୁ ଅପରାଧମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ରହିଥିବା ତାଙ୍କ ସଂକଳ୍ପକୁ ସେ ପୂରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଓ ସବୁଜ ବଲାଙ୍ଗିର ଗଢ଼ିବା ପାଇଁ ପ୍ରୟାସ ଜାରି ରଖିବେ । ତାଙ୍କ ସହ ଆସିଥିବା ତାଙ୍କ ସହଧର୍ମିଣୀ ଶ୍ରୀମତୀ ମେଘନା ସିଂହଦେଓ ମଧ୍ୟ ଏହି ଅବସରରେ ବଲାଙ୍ଗିରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *