Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଉପରମୁହାଁ କରୋନା ଗ୍ରାଫ୍

1 min read

ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ଧରି ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ତାହା ପୁଣିଥରେ ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନାର ଭୟ ପସିଲାଣି ଲୋକମାନଙ୍କ ମନରେ ,ସେଠାରେ କରୋନାର ମୃତ୍ୟୁ ସଂଖ୍ୟ ଓ ଆକ୍ରାନ୍ତଙ୍କ ସଂଖ୍ୟ ପ୍ରତ୍ୟକ ଦିନ ବଢିବାରେ ଲାଗିଛି ।

ଡାକ୍ତରଙ୍କ କହିବା ମୁତାବକ ଦିଲ୍ଲୀରେ ଆକ୍ରନ୍ତ ହେଉଥିବା ୯୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌କୁ ନେଇ ନାହାନ୍ତି ଫଳତଃ ଦିଲ୍ଲୀରେ ଏହି କାରଣ ପାଇଁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୭ ,ସ୍ଥାନୀୟ ସଂକ୍ରମଣରୁ୧୩୩ ଏବଂ ୧୮ ବର୍ଷରୁ କମ ବୟସ ମଧ୍ୟରେ ୪୧ ଜଣ ସଂକ୍ରମିତ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୪୭୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୨୯୦୧ ଜଣ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *