Pratidin TV

Odisha's Digital News Platform

ପୁଣି ଧାରଣାରେ ଦୀପିକା ; ବୋହୂକୁ ତଡିବା ପାଇଁ ପାଣି ଢାଳି , ଲଙ୍କା ଗୁଣ୍ଡ ଫିଙ୍ଗିଲେ ଶାଶୁ ….

ଗଞ୍ଜାମ : ନିଜ ହକ୍ ପାଇଁ ପୁଣି ବଳ ଗୋଟାଇ ଧାରାଣାରେ ବସିଲେ ଦୀପିକା । ବ୍ରହ୍ମପୁର ବଡ଼ବଜାର ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ଦୀପିକା । ତେବେ ଦୀପିକାଙ୍କୁ ଘର ସାମ୍ନାରୁ ତଡିବା ପାଇଁ ଶାଶୁ ଦେଖାଇଲେ ଉଗ୍ର ରୂପ । ଶାଶୂ ଓ ତାଙ୍କ ସହେଯାଗୀ ମିଶି ଦୀପିକାଙ୍କ ଉପରକୁ ପାଣି ଢାଳିବା ସହ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ । ଏହା ପରେ ତାଙ୍କୁ ବାଢିରେ ଗ୍ରିଲ ଭିତରୁ ଖେଞ୍ଚି ଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ଭାଇରାଲ ହେବାରେ ଲାଗିଛି । ଏସବୁ ପରେ ମଧ୍ୟ ଦୀପିକା ଧାରଣାରୁ ଉଠିନଥିଲେ। କିନ୍ତୁ ଶେଷରେ ଶ୍ୱଶୁର ଘର ଲୋକଙ୍କଠାରୁ ଅପମାନିତ ହୋଇ ଓଦା ହୋଇ ବ୍ରହ୍ମପୁର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଦୀପିକା।

ତେବେ କୋର୍ଟ ଭରସାରେ ବସିଥିବା ଦୀପିକା ଆଇନଠାରୁ କୌଣସି ନ୍ୟାୟ ନପାଇଁ ଶେଷରେ ପୁଣୀ ଥରେ ଧାରଣା ରେ ବସିଛନ୍ତି । ସୂଚନା ଅନୁଯାୟୀ ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ କାଳ ଧାରଣାରେ ବସିଥିଲେ ଦୀପିକା। ପରେ ହାଇକୋର୍ଟକୁ ମାମଲା ଯାଇଥିଲା। ଶୀଘ୍ର ନ୍ୟାୟ ମିଳିବ ବୋଲି ଆଶା କରିଥିଲେ ଦୀପିକା। କିନ୍ତୁ ଦୀପିକାଙ୍କ ପାଇଁ ନ୍ୟାୟ କେବଳ କାଗଜ କଲମରେ ରହିଯାଇଛି ।

Leave a Reply

Your email address will not be published. Required fields are marked *