Pratidin TV

Odisha's Digital News Platform

ପୁଣି ଅଡୁଆରେ ହିରୋଇନ ,ଏଥର ଜେଲ ଯାଇପାରନ୍ତି କି ଜ୍ୟାକ୍‌ନିଲ୍ !

1 min read

ନୂଆଦିଲ୍ଲୀ : ପୁଣି ଅଡୁଆରେ ବଲିଉଡ୍ ସୁନ୍ଦରି ନାୟିକା ଜ୍ୟାକ୍‌ଲିନ୍ ଫର୍ଣ୍ଣାଡିଜ୍ । ମହାଠକ ସୁକେଶ ସହ ଲିଙ୍କ ଥିବା ନେଇ ବେଆଇନ ଅର୍ଥ କାରବାର ମାମଲାରେ ଏବେ ପୁରାପୁରି ଫସି ଯାଇଛନ୍ତି ଜ୍ୟାକଲିନ୍ । ଦିଲ୍ଲୀ ପୁଲିସ ଗତ ଅଗଷ୍ଟ ୨ ଓ ସେପ୍ଟେମ୍ବର ୧୨ ତାରିଖରେ ସମନ ପରେ ମଧ୍ୟ ଅଭିନେତ୍ରୀ ହାଜର ହୋଇନଥିଲେ । ପୂର୍ବରୁ ଜ୍ୟାକ୍‌ଲିନଙ୍କ ୭ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଥିଲା ଇଡି ।

ଏହାପରେ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ୫ କୋଟିର ଗିପ୍ଟ ଦେଇଥିବା ଅଭିଯୋଗ ପରେ ଅନେକ ଥର ଜେରା ହୋଇଥିଲେ ସେ । ତେବେ ଉକ୍ତ ମାମଲାରେ ଜ୍ୟାକଲିନ୍‌ଙ୍କ ସହ ଡ୍ୟାନସର ନୋରା ଫତେଇଙ୍କୁ ମଧ୍ୟ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ଏହାପରେ ପୁଣି ସେପ୍ଟେମ୍ବର ୧୪ ରେ ତାଙ୍କୁ ପୁଲିସ ପାଖରେ ହାଜର ହେବାକୁ କୁହାଯାଇଥିଲା । ପ୍ରାୟ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଆଜି ଦିଲ୍ଲୀ ପୁଲିସ ସାମ୍ନାରେ ହାଜର ହୋଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଆଜି EOW ର ପାଞ୍ଚ ଜଣିକିଆ ଟିମ୍ ଜ୍ୟାକ୍‌ଲିନଙ୍କୁ ପଚରା ଉଚରା କରିବା ।

Advertisement

ମାତ୍ର ୨ ଥର ଜେରାରେ ନୋରାଙ୍କ ରସ୍ତା ସଫା ହୋଇଯାଇଥିଲେ ସୁଦ୍ଧା ଜ୍ୟାକ୍‌ଲିନ ଏହି ବିବାଦରୁ ମୁକୁଳି ପାରୁନାହାନ୍ତି । ସନ୍ଦେହ କାରାଯଅଉଛି ଯେ ଉକ୍ତ ମାମଲାରେ ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ୍ ବରାବର ସାମିଲ ଅଛନ୍ତି । ଏନେଇ ଦିଲ୍ଲୀ ପୁଲିସ ସମସ୍ତ ସତ୍ୟାସତ୍ୟା ନିକଟରେ ପହଞ୍ଚିବା ପାଇଁ ଜ୍ୟାକଲିନଙ୍କୁ ବାରମ୍ବାର ଜେରା ଚଲେଇଛି । ଯଦି ଜ୍ୟାକଲିନ୍ ସୁକେଶ ଭଳି ବେଆଇନ ଅର୍ଥକାରବାର ମାମଲାରେ ଦୋଷି ପ୍ରମାଣ ହୁଅନ୍ତି ତେବେ ସେ ମଧ୍ୟ ସୁକେଶ ଭଳି ଜେଲ ଯାଇପାରନ୍ତି ।

Leave a Reply

Your email address will not be published. Required fields are marked *