Pratidin TV

Odisha's Digital News Platform

ପୁଣି ଓଡିଶାରେ ଆଳୁ ପାଇଁ ଭାଳେଣି ; ୟୁପି-ପଶ୍ଚିମବଙ୍ଗରୁ ଆସିପାରିଲାନି ଆଳୁ, ହୁ ହୁ ହୋଇ ବଢିଲା ଦର …

1 min read

ଓଡିଶାରେ ଆଳୁ ପାଇଁ ଭାଳେଣି । ଆଳୁର ମୂଲ୍ୟ ହ୍ରାସ କରିବା ପାଇଁ ଏକାଧିକ ଚେଷ୍ଟା ସତ୍ତ୍ୱେ ମଧ୍ୟ ହାର ମାନିଛି ପ୍ରଶାସନ । ଆଳୁ ଦରରେ ଲାଗିଲାଣି ନିଆଁ । ଆଳୁକୁ ନେଇ ଏବେ ବି ଟେନସନ୍ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ଫଳରେ ଟୁଇନ୍ ସିଟିରେ ଆଳୁ କେଜି ୫୦ ରୁ ୬୦ ଟଙ୍କା ରହିଛି ।

ପଶ୍ଚିମବଙ୍ଗ ଏବେବି ଆଳୁ ଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ। ଏଥିସହ ଉତ୍ତରପ୍ରଦେଶରୁ ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ୍ ସମୟରେ ପହଞ୍ଚି ପାରୁନି।ଏହାର ସିଧା ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଫଳରେ ଗତ ୩ ଦିନ ହେଲାଣି ଓଡ଼ିଶାରେ ଆଳୁ ଗାଡ଼ି ପହଞ୍ଚି ନ ଥିବାରୁ କଟକ ଓ ଭୁବନେଶ୍ୱରରେ ଥିବା ଆଳୁ ଗୋଦାମ ଖାଲି। ତେଣୁ ଆଳୁ ଦର ଅବିକା ଆକାଶ ଛୁଆଁ ହୋଇଛି । ଯାହା ଖାଉଟିଙ୍କ ସହ ବେପାରୀଙ୍କ ଚିନ୍ତା ବଢାଇଛି ।

Advertisement

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଯୋଗୁ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ୟୁପିରୁ ଆସୁଥିବା ଆଳୁ ଅଧିକ ଦିନ ନରହି ପଚିଯାଉଛି । ଯାହା ପାଇଁ ବ୍ୟବସାୟୀ ଖୁବ୍ କ୍ଷତି ସହୁଛନ୍ତି । ଗତକାଲି ୩ଶହ ଗାଡ଼ି ପଶ୍ଚିମବଙ୍ଗର ବର୍ଡରରେ ପହଞ୍ଚିଥିଲେ ବି ତାହା ଅତିକ୍ରମ କରି ପାରି ନ ଥିଲା । ଫଳରେ ତାହା ଫେରି ଯାଇଛି।ଏବେ ବଜାରରେ ଆଳୁ ନ ଥିବା ବେଳେ ଆଳୁ ଗାଡ଼ି ଆସି ପହଞ୍ଚିବାକୁ ଆହୁରି ୭ ଦିନ ଲାଗିବ । କାରଣ ଆଳୁ ପ୍ରଥମେ କୋଲ୍ଡ ଷ୍ଟୋରରୁ ବାହାରିବ, ଶୁଖା ହେବ, ବଛା ହେବ, ପ୍ୟାକିଂ ହେବା ନିମନ୍ତେ ଦୁଇ ଦିନ ଲାଗିବ । ଏହାପରେ ଲୋଡିଂ ହୋଇ ଓଡ଼ିଶାରେ ପହଞ୍ଚିବାକୁ ଆହୁରି ୫ ଦିନ ଲାଗିବ ।

Leave a Reply

Your email address will not be published. Required fields are marked *