ପୁଣି ଓଡିଶାରେ ଆଳୁ ସଂକଟ ; ୩ ଦିନ ତିଷ୍ଟୁ ନାହିଁ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ , ଚିନ୍ତାରେ ଗୋଦାମ ମାଲିକ …..
1 min readଓଡ଼ିଶାର ଆଳୁ ଅଭାବ ଦୂର କରିବାକୁ ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ତାପରେ ମଧ୍ୟ ଓଡିଶାରୁ ଆଳୁ ସଂକଟ ଦୂର ହୋଇ ନାହିଁ । କାରଣ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଦୀର୍ଘଦିନ ଧରି ରହୁଥିବା ବେଳେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ୨-୩ ଦିନ ଯାଏ ବି ତିଷ୍ଟୁନାହିଁ ।
ୟୁପିରୁ ଆସୁଥିବା ଆଳୁ ୨-୩ ଦିନ ଭିତରେ ପଚିକି ନଷ୍ଟ ହୋଇଯାଉଛି । ଏଭଳି ସ୍ଥିତି ଓଡିଶା ସରକାରଙ୍କ ଆଗରେ ଏକ ଚୁନତି ଭଳି ଛିଡା ହୋଇଛି । ଯାହା ଫଳରେ ଏବେ ଚିନ୍ତାରେ ପଡିଛନ୍ତି ଗୋଦାମ ମାଲିକ ।