Pratidin TV

Odisha's Digital News Platform

ବୁଲଟେ୍ ପ୍ରୁଫ୍ ଗାଡି କିଣିବା ପରେ ଭାଇଜାନଙ୍କୁ ପୁଣି ମିଳିଲା ହତ୍ୟା ଧମକ୍ , ଏଥର ସିଧା…

1 min read

ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି । ଏଥର ପୋଲିସ କଂଟ୍ରୋଲ ରୁମ୍କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ । ପ୍ରଥମେ କଲରଙ୍କ ପରିଚୟ ମିଳିପାରି ନଥିଲା । ହେଲେ ଏବେ ତା ନାଁ ପୁଲିସ ଜାଣିବାକୁ ପାଇଛି । କଲର ଜଣଙ୍କ ତାଙ୍କ ନାମ ରକି ଭାଇ କହିଥିବା ବେଳେ ସେ ଯୋଧପୁରର ଗୋରକ୍ଷକ ବୋଲି କହିଛନ୍ତି । ୨୦୨୩ ଏପ୍ରିଲ ୩୦ ତାରିଖ ସୁଧା ସେ ସଲମାନଙ୍କୁ ହତ୍ୟା କରିଦେବ ବୋଲି ଧମକ ଦେଇଛି । ଏହି ଧମକ ପାଇବା ପରେ ମୁମ୍ବାଇ ପୁଲିସ ରକିକୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲା । ତେବେ ସେ କେଉଁଠାରୁ କଲ୍ କରିଥିଲା ତାର ଠିକଣା ମିଳିଯାଇଥିଲେ ବି ଗିରଫଦାରୀ ନେଇ କୌଣସି ସୂଚନା ମିଳି ନାହିଁ ।

ସୋମବାର ରାତି ପ୍ରାୟ ୯ଟା ସମୟରେ ମୁମ୍ବାଇ ପୋଲିସର କଂଟ୍ରୋଲ ରୁମରେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଆସିଥିଲା । ବର୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବାରମ୍ବାର ଏଭଳି ହତ୍ୟା ଧମକ ମିଳିବା ପରେ ସଲମାନ ଖାନଙ୍କୁ ସୁରକ୍ଷା ବଢ଼ାଇ ଦିଆଯିବ ସହ ସେ ନିଜ ସୁରକ୍ଷା ପାଇଁ ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଛନ୍ତି । ଏକ ନିଶାନ ପେଟ୍ରୋଲ ଏସ୍ୟୁଭି ବୁଲେଟ ପ୍ରୁଫ୍ କାରକୁ ସଲମାନ ବିଦେଶରୁ ମଗାଇଛନ୍ତି । କାରଣ ଏହି କାର୍ ଭାରତରେ ଉପଲବ୍ଧ ନାହିଁ ।

Advertisement

ସଲମାନଙ୍କୁ ହତ୍ୟା କରିବାକୁ ଅନେକଥର ଷଡଯନ୍ତ୍ର ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ସଲମାନଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ଫେଲ୍ ମାରିଥିଲେ । ସଲମାନଙ୍କ ଘର ଓ ଫାର୍ମ ହାଉସର ରେକି ମଧ୍ୟ ହୋଇଥିଲା । କିନ୍ତୁ ସୁରକ୍ଷାବଳୟ ମଧ୍ୟରେ ସଲମାନ ରହିଥିବାରୁ ଲରେନ୍ସଙ୍କ ଏହି ପ୍ଲାନ ସଫଳ ହୋଇପାରିନଥିଲା ।
ଏବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ତିହାର ଜେଲରେ ରହିଛି । କିନ୍ତୁ ଜେଲ ଭିତରେ ରହି ମଧ୍ୟ ନିଜର ଗ୍ୟାଙ୍ଗକୁ ଅପରେଟ କରୁଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର । ତେବେ ଲଗାତାର ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଛି । ଏପରିକି ସଲମାନ ନିଜ ସୁରକ୍ଷାକୁ ମଧ୍ୟ ଆହୁରି କଡାକଡି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *