Pratidin TV

Odisha's Digital News Platform

ମହାନଦୀ ଟାଣି ନେଉଛି ମୃତ୍ୟୁମୁଖକୁ , ଗୋଟିଏ ଦିନରେ ଚାଲିଗଲା ୨ ଜୀବନ !

õକଟକ ; ମହାନଦୀର କରାଳ ରୂପ ଦେଖି ଭୟରେ କଟକବାସୀ । କିଛିଦିନ ହେବା ଗଲାଣି ଅନେକଙ୍କ ଜୀବନ । କିଏ ବ୍ରିଜ୍ ଉପରୁ ଡେଉଁଛିତ କିଏ ସୁଅରେ ଭାସିଯାଉଛି …

ଆଜି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜକୁ ଆସିଥିଲେ କାମିନୀ ସ୍ୱାଇଁ । ସେଠାରେ କିଛି ସମୟ ଠିଆ ହେବା ପରେ ବ୍ରିଜ୍ ଉପରେ ଭ୍ୟାନିଟ୍ ବ୍ୟାଗ୍, ମୋବାଇଲ, ଚପଲ ଓ ଆଧାରକର୍ଡ଼ ରଖି ଭରା ମହାନଦୀକୁ ଡେଇଁ ପଡ଼ିଲେ । ମହାନଦୀକୁ ଡେଇଁ ପଡ଼ିଲେ ମହିଳା । ଆଉ ତାଙ୍କୁ ସଙ୍ଗେସଙ୍ଗେ ଭରା ନଦୀରୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତିକରିଥିଲେ ମତ୍ସ୍ୟଜୀବୀ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ହେଲେ କାମିନୀ ସ୍ୱାଇଁ। ତାଙ୍କ ଘର କଟକ ଅରିଲୋରେ ବୋଲି ଜଣାପଡିଛି ।

ସେହିଭଳି ପୁଣି ଏକ ଅଘଟଣ ଘଟିଛି କଟକ ବିଦ୍ୟାଧରପୁର ଭଦିମୂଳ ଘାଟରେ । ଜଣେ କାଉଡ଼ିଆ ପାଣି ଉଠାଇବା ସମୟରେ ମହାନଦୀ ଭଦିମୂଳ ଘାଟରେ ବୁଡ଼ି ଯାଇଥିବା ସୂଚନା । ବର୍ତ୍ତମାନ କାଉଡ଼ିଆ ଜଣକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରୀ ରଖିଛି । ଆସନ୍ତାକାଲି ଶ୍ରାବଣର ତୃତୀୟ ସୋମବାର ଥିବାରୁ ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବାକୁ ୮ ରୁ ୧୦ ଜଣ କାଉଡ଼ିଆ ଭଦିମୂଳ ଘାଟରେ ପାଣି ଉଠାଇବାକୁ ଆସିଥିଲେ । ହେଲେ ହଠାତ୍ ଜଣେ କାଉଡ଼ିଆଙ୍କ ଗୋଡ଼ ଖସି ଯାଇଥିଲା ଆଉ ସେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ତେବେ କିଛିଦିନ ପୂର୍ବରୁ ଜଣେ ଶିକ୍ଷୟତ୍ରୀ ଆଉ ଯୁବ ବ୍ୟସାୟୀ ମଧ୍ୟ ମହାନଦୀକୁ ଡେଇଁ ନିଖୋଜ୍ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *