Pratidin TV

Odisha's Digital News Platform

ବିଜେପି ନେତାଙ୍କୁ ମରଣାତ୍ମକ ଆକ୍ରମଣ , ବିଡିଓଙ୍କ ଚାମ୍ବରରେ ପଶି କଲେ ଏଭଳି ଆକ୍ରମଣ

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ବଢୁଛି ବିଜେଡି ନେତାଙ୍କ ଦାଦାଗିରି । ବ୍ଲକ୍ ଦଖଲ କରି, କରୁଛନ୍ତି ଦାଦାଗିରି । ଗତକାଲି ବିଡ଼ିଓଙ୍କ ଚାମ୍ବରରେ ବିଡ଼ିଓଙ୍କ ଉପସ୍ଥିତିରେ ବିଜେପି ନେତାଙ୍କୁ ମାଡ ମାରିବା ଘଟଣାରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ୧୫ ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ସ୍ବରୁପା ପରୁଆ ବିଡ଼ିଓ ଙ୍କ ସହିତ କୌଣସି ବିଷୟରେ କଥା ହେଉଥିବାବେଳେ ୫ରୁ ଅଧିକ ଲୋକଙ୍କୁ ସାଙ୍ଗରେ ନେଇ ବ୍ଲକ ଅଧ୍ୟକ୍ଷ ବିଜେପି ନେତାଙ୍କୁ ଆକ୍ରମଣ କରିଥିଲେ ।

ମଣ୍ଡଳ ସଭାପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ଆଣିଥିଲେ । ଆକ୍ରମଣ ଘଟଣାରେ ପାଟଣାଗଡ ପୋଲିସ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ସହ ମାଧବ ବାଗ ଓ ଜୟଚନ୍ଦ୍ର ନାଗଙ୍କୁ ଗିରଫ କରିଛି। ଘଟଣାକୁ ନେଇ ପାଟଣାଗଡ଼ ରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଙ୍କ ଦାଦାଗିରି ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *