Pratidin TV

Odisha's Digital News Platform

ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ , ହାଇକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ ..

1 min read

ଏବେ ବଢ଼ିବାରେ ଲାଗିଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଛନ୍ତି । ତେବେ ଏହା ବିରୁଦ୍ଧରେ ଚ୍ୟାଲେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରି ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭି ମୁଖ୍ୟମନ୍ତ୍ରୀ ସିଦ୍ଧରମୈ ୟାଙ୍କ ତରଫରୁ ହାଜର ହେବେ।  ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍‌ ମଇସୁର ଅର୍‌ବାନ ଡେଭଲପମେଣ୍ଟ ଅଥରିଟି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ସେ ଏଥିରେ ପ୍ରଶ୍ନ କରିଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସିଦ୍ଧରମୈୟା କହିଥିଲେ,”ରାଜ୍ୟପାଳଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଅସାମ୍ବିଧାନିକ, ଆମେ ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବୁ। ସେ କହିଥିଲେ ଯେ ରାଜ୍ୟପାଳ ଏହି ସରକାରକୁ ବରଦାସ୍ତ କରୁନାହାଁନ୍ତି ଏବଂ ଏହାକୁ ହଟାଇବାକୁ ଚେଷ୍ଟା କରୁଛନ୍ତି।” MUDA ଜମି ଆବଣ୍ଟନ ଦୁର୍ନୀତି ସମ୍ପର୍କରେ ମିଥ୍ୟା ଅଭିଯୋଗ କରି ବିଜେପି ଏବଂ ଜେଡିଏସ ତାଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିଥିବା ସିଦ୍ଦରମୈୟା ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *