Pratidin TV

Odisha's Digital News Platform

ବଲିଉଡରେ ଆଉ ଏକ ବ୍ରେକଅପ,୧୧ ବର୍ଷର ପରେ ଗର୍ଲଫ୍ରେଣ୍ଡ ତାନ୍ୟାଙ୍କ ଠାରୁ ଅଲଗା ହେଲେ ଅହାନ୍ ଶେଟ୍ଟୀ

1 min read

ମୁମ୍ଵାଇ : ବଲିଉଡରେ ପୁଣି ଭାଙ୍ଗିଲା ଆଉ ଏକ ହୃଦୟ। ଇଣ୍ଡଷ୍ଟ୍ରି ଭିତରୁ ହୋଇଥିବା ବ୍ରେକ୍ଅପ୍‌ ,ଯାହା ପ୍ରଶଂସକଙ୍କୁ ବହୁତ ନିରାଶ କରିଛି । ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ତଥା ନୂଆ ଅଭିନେତା ହେଉଛନ୍ତି ଅହାନ୍ ଶେଟ୍ଟୀ। ଯାହାଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ବଡ଼ ଖବର । ତାଙ୍କ ଗର୍ଲଫ୍ରେଣ୍ଡ ତାନିଆ ଶ୍ରଫଙ୍କ ସହ ସମ୍ପର୍କ ଭାଙ୍ଗିଛନ୍ତି। ଦୁହେଁ ୧୧ ବର୍ଷ ହେବ ରିଲେଶନସିପ୍‌ରେ ଥିଲେ । ବର୍ତ୍ତମାନ ଯେତେବେଳେ ଅହାନ୍ ଏବଂ ତାନିଆଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଛି । ଏହା ଶୁଣିବା ପରେ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଲାଗିଛି । କହିବାକୁ ଗଲେ ଅହାନ୍ ଶେଟ୍ଟୀ ଏବଂ ତାନିଆ ଶ୍ରଫ୍ ପିଲାଦିନର ବନ୍ଧୁ ଅଟନ୍ତି । ରିପୋର୍ଟ ଅନୁଯାୟୀ ଗତ ଦେଢ ମାସ ହେବ ଦୁହେଁ ଅଲଗା ହୋଇଯାଇଛନ୍ତି ।

ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁଛନ୍ତି । ତେବେ ଦୀର୍ଘଦିନ ହେବ ଉଭୟଙ୍କ କୌଣସି ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁନାହାନ୍ତି। ଏପର୍ଯ୍ୟନ୍ତ ବ୍ରେକଅପ୍ ହେବାର କାରଣ ଜଣାପଡିନାହିଁ। ଏହା ବ୍ୟତୀତ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ସେମାନଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ଚକିତ କରିଦେଇଛି । ତାନ୍ୟା ହେଉଛନ୍ତି ମୁମ୍ବାଇର ବ୍ୟବସାୟୀ ଜୈଦବ ଏବଂ ରୋମିଲା ଶ୍ରଫଙ୍କ ଝିଅ । ସେ ପେଶାରେ ଜଣେ ମଡେଲ ଏବଂ ଫ୍ୟାଶନ ଡିଜାଇନର। ବଲିଉଡରେ ଅହାନ ନିଜ କ୍ୟାରିୟର ଗଢୁଥିବା ବେଳେ ବ୍ରେକଅପ ଖବର ତାଙ୍କ ଫିଲ୍ମ ଉପରେ କିଛି ପ୍ରଭାବ ନ ପକାଉ । ଫିଲ୍ମ ‘ତଡ଼ପ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହାର ପ୍ରିମିୟରରେ ସୁନୀଲଙ୍କ ପରିବାର ସହ ତାନ୍ୟା ନଜର ଆସିଥିଲେ। ଏଥିସହ ଆଥିୟା ଏବଂ କେ ଏଲ ରାହୁଲ ଙ୍କ ବିବାହର ମଧ୍ୟ ନଜର ଆସିଥିଲେ ।

Advertisement

Leave a Reply

Your email address will not be published. Required fields are marked *