Pratidin TV

Odisha's Digital News Platform

୫ ନୁହଁ ୧୦ ଟଙ୍କାରେ ଏବେ ମିଳିବି ଆହର , ସରକାରଙ୍କ ନାଁରେ ଚାଲିଛି ମିଛ ପ୍ରଚାର ।

ପାଞ୍ଚ ଟଙ୍କାରେ ମିଳିଛି ପେଟପୁରା ଆହାର । ମନ ଖୁସିରେ ଖାଇବାକୁ ଆସୁଛନ୍ତି ଗରିବ ଜନସାଧାରଣ । ବଲାଙ୍ଗିର ଭୀମ ଭୋଇ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଉତ୍ତମ ମାନର ଖାଦ୍ୟ ବଣ୍ଟନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅପରପକ୍ଷେ କିଛି ଅସହିଶ୍ନୁ ଲୋକ ଆହାର କେନ୍ଦ୍ର ଉପରେ ମିଥ୍ୟା ଅଭିଯୋଗ ଆଣି ଗରିବ ଲୋକଙ୍କ ପେଟରେ ଲାତ କରିବାକୁ ଉଦ୍ୟମ କରୁଛନ୍ତି ।

ଗତ କିଛିଦିନ ତଳେ ବଲାଙ୍ଗିରରେ ଥିବା ଆହାର କେନ୍ଦ୍ରକୁ ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଥିଲା । ଆହାର କେନ୍ଦ୍ରରେ ୫ ଟଙ୍କା ବଦଳରେ ୧୦ ଟଙ୍କା ନିଆଯାଉଛି ବୋଲି ଅଭିଯୋଗ ହୋଇଥିଲା ।

ପ୍ରକାଶ ଯେ ଗତ କିଛିଦିନ ତଳେ ଆହତ କେନ୍ଦ୍ରକୁ ନେଇ ଏକ ଅଭିଯୋଗ ଆସିଥିଲା । ସରକାରୀ ନିୟମକୁ ଫୁ କରି ଆହାର କେନ୍ଦ୍ରରେ ମିଲ କୁ ୧୦ ଟଙ୍କାରେ ବିକ୍ରି କରାଯାଉଥିବାର ଅଭିଯୋଗ ହୋଇଥିଲା । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିବା କୁହାଯାଉଥିଲା । ଏ ସମ୍ପର୍କରେ ଜାଣିବା ପରେ ମ୍ୟୁନିସିପାଲଟି ଅଧିକାରୀ ଏବେ ସଂପୃକ୍ତ ସ୍ଵୟଂ ସହାୟକ ଦଳକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି। ଅପରପକ୍ଷେ ନିଜର ସ୍ଵୟଂ ସହାୟକ ଦଳ ଉପରେ ଅହସିହ୍ନୁ ହୋଇ କିଛି ଖଳ ପ୍ରକୃତିର ଲୋକ ଏଭଳି ଚକ୍ରାନ୍ତ କରୁଥିବା କହିଛନ୍ତି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ନଳିନୀପ୍ରଭା ଶତପଥୀ । ତେବେ ଆହାର କେନ୍ଦ୍ର ଉପରେ ଲାଗିଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *