Pratidin TV

Odisha's Digital News Platform

ଗୃହ ଓ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି : ରବିବାର ଖୋଲା ରହିବ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ..

1 min read

ଭୁବନେଶ୍ୱର : ଏଣିକି ରବିବାର ଖୋଲା ରହିବ ଆହାର କେନ୍ଦ୍ର । ଗୃହ ଓ ନଗର ଉନ୍ନୟନ ବିଭାଗର ସୂଚାନ ଅନୁଯାୟୀ ଏଣିକି ଚିକିତ୍ସାଳୟ ନିକଟରେ ଥିବା ଆହାରକେନ୍ଦ୍ର ଗୁଡିକୁ ରବିବାର ଖୋଲା ରଖାଯିବ । କାରଣ ଚିକିତ୍ସାଳୟକୁ ଆସୁଥିବା ଅନେକ ରୋଗୀ ଓ ତାଙ୍କ ପରିବାର ,ବାହାରେ ୭୦ ରୁ ୮୦ ଟଙ୍କା ଦେଇ ମିଲ୍ ଖାଇବା ଅସମ୍ଭବ । ଅନେକଙ୍କ ଆର୍ଥିକ ପରିସ୍ଥିତି ସ୍ୱଛଳ ନଥିବା ବେଳେ ବାହାରେ ଏତେ ଟଙ୍କାର ମିଲ୍ ଖାଇବା ସମ୍ଭବ ନୁହେଁ । ତେଣୁ ରାଜ୍ୟବାସୀ ଏଭଳି ପରିସ୍ଥିତିକୁ ନେଇ ରବିବାର ଆହରକେନ୍ଦ୍ରକୁ ଖୋଲା ରଖିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ କୁ ଅନୁରୋଧ କରିଥିଲେ ।

ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

Advertisement

ସୂଚନା ଅନୁଯାୟୀ ରାଜ୍ୟରେ ୧୬୭ଟି ଆହାରକେନ୍ଦ୍ର ରହିଛି । ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି । ତେଣୁ ଏହି ସବୁ ଆହାର କେନ୍ଦ୍ରଗୁଡ଼ିକ ଯୋଗୁ ଡାକ୍ତଖାନାଙ୍କୁ ଆସୁଥିବା ରୋଗୀଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଣ୍ଟ ମାନେ ଉପକୃତ ହୋଇଥାଆନ୍ତି। ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଆଥାନ୍ତି। ତେବେ ରବିବାର ଏହି ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହୁଥିବାରୁ ରୋଗୀଙ୍କ ପରିବାର ଲୋକେ ବା ଆଟେଣ୍ଡାଣ୍ଟମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ରବିବାର ଆହାର କେନ୍ଦ୍ରଗୁଡିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଗୃହ ଓ ନଗର ବିଭାଗ ।

Leave a Reply

Your email address will not be published. Required fields are marked *