Pratidin TV

Odisha's Digital News Platform

ନିର୍ବାଚନ ଫଳାଫଳ ପୂର୍ବରୁ , କାହିଁକି ନରେନ୍ଦ୍ର ମୋଦୀଙ୍କୁ ଏଭଳି ନିବେଦନ କଲେ ଅନୁଭବ ..

1 min read

ଘୋଷଣା ହୋଇନି ନିର୍ଵାଚନ ଫଳାଫଳ । ହେଲେ ଏମିତି କଣ ହୋଇ ଗଲାଯେ ମୋଦିଙ୍କୁ ନିବେଦନ କରୁଛନ୍ତି ଅନୁଭବ । ମୋଦିଙ୍କ ପାଖକୁ ଏମିତି କିଛି ଲେଖି ପଠେଇ ଛନ୍ତି ଅନୁଭବ ଯାହା ଉପରେ ରହିଛି ଏବେ ସମସ୍ତଙ୍କ ନଜର  । ବିଜେପି ନେତା ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆ ଜରିଆରେ ଏକ୍ସ ମାଧ୍ୟମରେ ଟ୍ୱିଟ କରିଛନ୍ତି । 

ସେଥିରେ  ଅନୁମତି ନଥିବା ଗାଡିରେ ଇଭିଏମ୍ ନିଆଯାଉଥିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।  ଅଭିନେତା ତଥା ବିଜେପିରେ ନିକଟରେ ଯୋଗଦେଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଏଭଳି ଘଟଣା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ଅନୁଭବ । ହେଲେ ସବୁଠୁ ବଡ କଥା ହେଉଛି ଯେଉଁ ବିଧାନସଭା ଆସନରେ ଏଭଳି ତ୍ରୁଟିର ଖବର ଆସିଥିଲା, ସେଠାରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅନୁଭବଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ।  ତେବେ ଅନୁଭବ କଣ ବର୍ଷା ପ୍ରିୟଦର୍ଶୀନିଙ୍କୁ ଉପରେ ପ୍ରତିଶୋଧ ନେବାକୁ କୌଣସି ମଉକା ହାତ ଛଡା କରୁନାହାନ୍ତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହୋଇଛି  ।

Leave a Reply

Your email address will not be published. Required fields are marked *