Pratidin TV

Odisha's Digital News Platform

ଜନ ଗଣ ମନରେ.. କମ୍ପି ଉଠିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌, ଖେଳାଳିଙ୍କ ସହ ଗାଇଲେ ୧ଲକ୍ଷ ଦର୍ଶକ..

1 min read


ଅହମ୍ମଦାବାଦ : ଦୀର୍ଘ ଦିନର ଅପେକ୍ଷା ପରେ ଭାରତ-ପାକିସ୍ତାନ ଭିତରେ ଚାଲିଛି ବିଶ୍ୱକପର ଯୁଦ୍ଧ । ତେବେ ଆଜି ଟସ ଜିତି ପ୍ରଥମ ଥର ପାଇଁ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଭାରତର ଅଧିନାୟକ ରୋହିତ ଶର୍ମା । ବର୍ତ୍ତମାନ ମୈଦାନରେ ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡିଂ କରୁଛି ଟିମ ବ୍ଲୁ । ଆଜିର ମ୍ୟାଚ ପାଇଁ ଦୀର୍ଘ ଦିନରୁ ଟିକେଟ ଠାରୁ ଆରମ୍ଭକରି ହୋଟେଲ ପର୍ଯ୍ୟନ୍ତ ସବୁଥିରେ ଲାଗି ରହିଥିଲା ଭିଡ । ଭାରତ -ପାକିସ୍ତାନ ର ମ୍ୟାଚ ପାଇଁ ୧ ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ ଥିବା ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୁ ଚୟନ କରାଯାଇଥିଲା । ଆଜିର ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ଏକ ଗ୍ରାଣ୍ଡ ମ୍ୟୁଜିକ ଫେଷ୍ଟିଭାଲ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାର ଆକର୍ଷଣ ସାଜିଥଇଲେ ଗାୟିକ ସୁନୀଧି ଚୌହାନ ,ଗାୟକ ଅରିଜିତ ସିଂ , ଶଙ୍କର ମହାଦେବ ଏବଂ ସୁଖୱିନ୍ଦର ଏହି କାର୍ଯ୍ୟକ୍ରମ ପରେ ୨ଦଳ ର ଅଧିନାୟକଙ୍କ ଭିତରେ ଟସ୍ ହୋଇଥିଲା ।

ଏହାପରେ ମୈଦାନକୁ ସମସ୍ତ ଟିମ ଆସିଥିବା ବେଳେ ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଚଳିତ ମ୍ୟାଚରେ ଯେତେବେଳେ ଭାରତର ରାଷ୍ଟ୍ରୀୟଗୀତ ଗାନ କରାଗଲା ସେତେବେଳେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲ । କାରଣ ପୁରା ଫୁଲ ଥିବା ଷ୍ଟାଡିୟମରେ ପାଖାପାଖି ୧ଲକ୍ଷରୁ ଅଧିକ ଲୋକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଯାହାର ଭିଡିଓ କିଛି ଫ୍ୟାନ୍ସମାନେ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେଉଛି । ହ୍ୟାସ ଟ୍ୟାଗ #Nationalanthem ଭାବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

Advertisement

Leave a Reply

Your email address will not be published. Required fields are marked *